ଅବ୍ୟବସ୍ଥା ମଧ୍ୟରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଟିଲୋ ସରପଞ୍ଚ ନିହାରିକା ରାଉତ ଉଦ୍‌ଘାଟନ କରିଥିଲେ । ଏଥିରେ ବିଇଓ, ଏବିଇଓ ଅତିଥି ଭାବେ ଯୋଗ ଦେଇଥିଲେ । ୧୮ଟି କ୍ଲଷ୍ଟରର ୭୦ରୁ ଅଧିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ମଧ୍ୟ ପିଲା ମାନଙ୍କୁ ଠିକ୍ ଭାବରେ ବସାଇବାର ବ୍ୟବସ୍ଥା କରାଯାଇନଥିଲା । ପିଲା ମାନେ ଏଣେତେଣେ ବୁଲାବୁଲି କରୁଥିବା ଦେଖାଯାଇଥିଲା । ଏଭଳି କାର୍ଯ୍ୟକ୍ରମକୁ ବ୍ଲକ ସ୍ତରୀୟ କମିଟି ମନୋମୁଖୀ ଭାବେ ଆୟୋଜନ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ