ବନ୍ତ ବ୍ଲକର ସଫଳ ଗୋପାଳକ ଅକ୍ଷୟ ବାରିକ ସମ୍ମାନୀତ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଜିଲା ସ୍ତରୀୟ ଗୋ-ସମ୍ବର୍ଦ୍ଧନା ସମାରୋହରେ ବନ୍ତ ବ୍ଲକର ସଫଳ ଗୋପାଳକ ତଥା ଘାସଚାଷୀ ଅକ୍ଷୟ କୁମାର ବାରିକ ସମ୍ମାନୀତ ହୋଇଛନ୍ତି । ଶ୍ରୀ ବାରିକଙ୍କୁ ସଫଳ ଗୋପାଳକ ଚାଷୀ ଭାବେ ବନ୍ତ ବ୍ଲକରୁ ମନୋନୀତ କରାଯାଇଥିଲା । ସମାରୋହରେ ତାଙ୍କୁ ପୁରସ୍କାର ରାଶି, ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି । ବନ୍ତ ବ୍ଲକରୁ ଶ୍ରୀ ବାରିକ ସମ୍ମାନୀତ ହେବା ପରେ ସେ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ନିର୍ମଳ ଚନ୍ଦ୍ର ବାରିକ, ଆଗରପଡା ପ୍ରାଣୀ ଚିକିତ୍ସକ ଡାକ୍ତର ଚିତ୍ତରଂଜନ ଦାଶ, ବନ୍ତର ଅତିରିକ୍ତ ପ୍ରାଣୀ ଚିିକିତ୍ସକ ଡାକ୍ତର କମଳଲୋଚନ ବେହେରାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଉଲ୍ଲେଖ ଯେ, ବାସୁଦେବପୁର ବ୍ଲକ ନରସିଂପୁର ବାସନ୍ତୀ ପଡିଆ ଠାରେ ୭୦ତମ ଜିଲା ସ୍ତରୀୟ ଗୋ-ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା । ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଶୁଭେନ୍ଦୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ବିଧାୟକ ବିଷ୍ଣୁପଦ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ବିଭିନ୍ନ ବ୍ଲକରୁ ଚାଷୀ ମାନେ ଯୋଗ ଦେଇ ବିଭିନ୍ନ ପ୍ରଜାତିର ଗାଈ, ଛେଳି, ପକ୍ଷୀ ସମେତ ଗୃହପାଳିତ ପଶୁପକ୍ଷୀ ମାନଙ୍କୁ ପ୍ରଦର୍ଶିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ