ରାଇରଙ୍ଗପୁରରେ କଂଗ୍ରେସ ପକ୍ଷରୁ ହଡତାଳ
ରାଇରଙ୍ଗପୁର, ( ଅକ୍ଷ୍ୟ କୁମାର ବିଶ୍ୱାଳ) : ଓଡିଶାରେ ମା ଓ ଭଉଣୀ,ନାବାଳିକା ଉପରେ ମାନସିକ, ଶାରିରୀକ ଓ ଯୌନ ନିର୍ଯାତନା ଦିନକୁ ଦିନ ଅତିମାତ୍ରାରେ ବୃଦ୍ଧି ପାଉଥିବା ନେଇ କଂଗ୍ରେସ ଦଳ ଅସନ୍ତୋଷ ପ୍ରକାଶ କରିଛି । ନିକଟରେ ମମିତା ମେହେରଙ୍କ ନୃଶଂସ ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ଦାବିରେ ରାଜ୍ୟ କଂଗ୍ରେସ ଡାକରାରେ ରାଇରଙ୍ଗପୁର କଂଗ୍ରେସ ତରଫରୁ ହାଇକୋର୍ଟ ନିର୍ଦେଶକ୍ରମେ ୬ ଘଣ୍ଟିଆ ବନ୍ଦ ପରିବର୍ତ୍ତେ ହଡତାଳ କରାଯାଇଛି । ଏଥିରେ ରାଇରଙ୍ଗପୁର ର ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀଙ୍କ ନେତୃତ୍ୟରେ ସମସ୍ତ ସରକାରୀ କାର୍ଯ୍ୟଳୟ ,କୋର୍ଟ, ବ୍ଯାଙ୍କ, ବୀମା କାର୍ଯ୍ୟଳୟ ସମ୍ମୁଖରେ ପ୍ରତିବାଦ ଓ ହଡତାଳ କରାଯାଇଥିଲା ଯାନବାହନ,ପରିବହନ ଚଳାଚଳ ବନ୍ଦ ରହିଥିଲା । କାର୍ଯ୍ୟଳୟଗୁଡିକ ଦିନ ୧୨ଟା ପର୍ଯ୍ୟନ୍ତ ଆଂଶିକ ବନ୍ଦ ଥିଲା । ବିଧାୟକଙ୍କ ସହ ଜିଲ୍ଲା ସଂପାଦକ ବସନ୍ତ ପଟନାୟକ, ନଗର ସଭାପତି ଅଶୋକ ଅଗ୍ରଓ୍ବାଲା,ସୀମାଲ ମାଝୀ ପ୍ରମୁଖ ହଡତାଳର ନେତୃତ୍ୟ ନେଇଥିଲେ । ସେହିଭଳି ବିଶୋଇ, ବିଜାତଳା, ଯାମଦା ,କୁସୁମି, ବହଳଦା , ତିରିଂରେ ବନ୍ଦର ଆଂଶିକ ପ୍ରଭାବ ପଡିଥିଲା ।


