ସାମାନ୍ୟ କଥାରୁ ଘଟଗାଁ କଲେଜ୍ ପାଲଟିଲା ରଣକ୍ଷେତ୍ର କଲେଜ୍ କତ୍ରୁପକ୍ଷ ନିରବଦ୍ରଷ୍ଠା

ଘଟଗାଁ, (ନାରାୟଣ ପଲେଇ) : ଘଟଗାଁ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟରେ ଆଜି ଦୁଇ ଗୋଷ୍ଠି ମଧ୍ୟରେ ଘଟିଛି ତୁମୁଳକାଣ୍ଡ | ସିନିଅର୍-ଜୁନୀଅର ବିବାଦରେ ଅଣ କଲେଜ୍ ଛାତ୍ର ହସ୍ଥକ୍ଷେପରେ ଘଟିଥିଲା ଏହି କାଣ୍ଡ | ଯାହା କୌଣସି ଫଲ୍ମର ଫାଇଟିଂ ସିନ୍ ଠାରୁ କମ୍ ନୁହେଁ | +୨ ଫାଷ୍ଟ ଇଅର ଜଣେ ଛାତ୍ର କ୍ଲାସ୍ ରୋମ୍ ଭିତରେ ବିଶ୍ରୁଙ୍ଖଳା ସ୍ରୁଷ୍ଟି କରୁଥିବାର ଦେଖି +୩ ଫାଷ୍ଟ ଇଅର ଜଣେ ଛାତ୍ର ବୁଝାଇବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି | କ୍ଲାସ୍ ରୋମ୍ ଭିତର ଝଗଡା ଶେଷରେ ଭୟଙ୍କର ରୁପ ଧାରଣ କରିଥିଲା | କ୍ଲାସ୍ ରୋମ୍ ଭିତରେ ଝଗଡା ସରିବା ପରେ ସିନିଅର-ଜୁନିୟର ଉଭୟ ନିଜ ନିଜ ସହଯୋଗିଙ୍କୁ ଡକାଇ କିଛି ସମୟ ପାଇଁ ଘଟଗାଁ କଲେଜ୍ ସାମ୍ନାକୁ ରଣକ୍ଷେତ୍ରରେ ପରିଣତ କରିଦେଇଥିଲେ | କିନ୍ତୁ ସବୁ ଦେଖି ଆଖିରେ ପଟିବାନ୍ଧି ଚୁପ୍ ବସିଥିଲା କଲେଜ୍ କତ୍ରୁପକ୍ଷ | ଏନେଇ ଆମେ ଘଟଗାଁ କଲେଜ୍ କ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଅବଗତ କରାଇବାରୁ ସେ ସବୁ ଜାଣି ମଧ୍ୟ ଆମେ ଘଟଣା ସମ୍ପର୍କରେ ଆଜିନାହୁଁ, ମୁଁ କ୍ଲାସ୍ କରୁଥିଲି, ବାହାରକୁ ଆସିଲା ବେଳେ କିଛି ନାହିଁ ବୋଲି ନିଜ ଉପରୁ ଦୋଷ ଛଡାଇବାକୁ ଯାଇ ଏଭଳି ସଫେଇ ଦେଇଛନ୍ତି | କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅଧିନସ୍ଥ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟରେ ଆଜି ସାମାନ୍ୟ ଘଟଣାରୁ ମହାଭାରତ ସ୍ରୁଷ୍ଟି ହୋଇଯାଇଛି | ସୂଚନା ଅନୁଯାୟୀ ଆଜି ଘଟଗାଁ କଲେଜ୍ ର ଆକ୍ରମ ଖାଁ ନାମକ +୨ ଫାଷ୍ଟ ଇଅରର ଛାତ୍ର କ୍ଲାସ୍ ରୋମ୍ ରେ ବିଶ୍ରୁଙ୍ଖଳା କରୁଥିବାର ଦେଖି ତାଙ୍କୁ +୩ ଫାଷ୍ଟ ଇଅର ର ସ୍ରୁଷ୍ଟି ନାରାୟଣ ଦେହୁରୀ ନାମକ ଛାତ୍ର ଜଣଙ୍କ ବୁଝାଇବାକୁ ଚେଷ୍ଟା କରିଥିଲେ | କିନ୍ତୁ ଜୁନିଅର ଛାତ୍ର ଜଣଙ୍କ ସିନିଅରଙ୍କ କଥାକୁ ନମାନିବା ସହିତ ଓଲଟା ତାକୁ ଗାଳିଗୁଲଜ କରିବା ସହିତ ତୋତେ ମୋ ଭାଇକୁ ଡକାଇ ହାଣିଦେବି ବୋଲି ଧମକ ଦେଇଥିଲା | ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ସ୍ରୁଷ୍ଟି ନାରାୟଣ ଦେହୁରୀ ଘରକୁ ଆସିବା ସମୟରେ ଆକ୍ରମ ଖାଁ ତାର କିଛି ଅଣ କଲେଜ୍ ପିଲାଙ୍କୁ ଡକାଇ ସ୍ରୁଷ୍ଟି ନାରାୟଣ ଦେହୁରୀଙ୍କୁ ମିଳିତ ଭାବେ ଆକ୍ରମଣ କରିଥିଲେ | ପରେ ସ୍ରୁଷ୍ଟି ନାରାୟଣ ଦେହୁରୀ ତାଙ୍କ ପରିବାର ଲୋକଙ୍କୁ ଡକାଇଥିଲା, ପରେ ଉଭୟପକ୍ଷଙ୍କ ମଧ୍ୟରେ ହୋଇଥିବା ଝଗଡା ହୋଇଥିଲା | ଫଳରେ ଗୁରୁତ୍ବର ଆହାତ ହୋଇ ଘଟଗାଁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଛନ୍ତି | ତେବେ ଏହି ଲୋମଟାଙ୍କୁରା ଘଟଣା ଟି କଲେଜ୍ ଭିତରେ ଘଟିଥିବା ବେଳେ କଲେଜ୍ କତ୍ରୁପକ୍ଷ ସବୁ ଦେଖି ଚୁପ୍ ପାରି ବସିଥିଲା | ତାସହିତ କିଛି ସମୟ ପାଇଁ କଲେଜ୍ ସାମ୍ନା ରେ ଭୟଙ୍କର ଗଣ୍ଡଗୋଳ ହେବା ପରେ ମଧ୍ୟ କଲେଜ୍ କତ୍ରୁପକ୍ଷ ଚୁପ୍ ମାରି ବସିବା ପଛରେ କାରଣ କଣ ? କ୍ଲାସ୍ ରୋମ୍ ଭିତରେ ଝଗଡା ଲାଗିବା ସହିତ କଲେଜ୍ କ୍ୟାମ୍ପସ୍ ଭିତରେ ପେଲା ଠେଲା ହେବାର ଦ୍ୟୁଶ୍ୟକୁ ଦେଖି ପିଲା ଦୁଇଟିକୁ କଲେଜ୍ କତ୍ରୁପକ୍ଷ ବୁଝାଇଲା ନାହିଁ କାହିଁକି ? ଅଣ କଲେଜ୍ ପିଲା ଆସି କଲେଜ୍ ଛାତ୍ରଙ୍କୁ ପିଟୁଛନ୍ତି କିନ୍ତୁ କଲେଜ୍ କତ୍ରୁପକ୍ଷ କୌଣସି ନେଲାନାହିଁ କାହିଁକି ? ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି ଘଟଣାଟିକୁ କଲେଜ୍ କତ୍ରୁପକ୍ଷଙ୍କ ଅବହେଳା ଯୋଗୁଁ ଘଟିଛି | ଏନେଇ ଆମେ ଘଟଗାଁ କଲେଜ୍ କ ଭାରପ୍ରାପ୍ତ ଅଧ୍ୟକ୍ଷ ବସନ୍ତ ବଳଙ୍କୁ ଅବଗତ କରାଇବାରୁ ସେ ସବୁ ଜାଣି ମଧ୍ୟ ଆମେ ଘଟଣା ସମ୍ପର୍କରେ ଆଜିନାହୁଁ, ମୁଁ କ୍ଲାସ୍ କରୁଥିଲି, ବାହାରକୁ ଆସିଲା ବେଳେ କିଛି ନାହିଁ ବୋଲି ନିଜ ଉପରୁ ଦୋଷ ଛଡାଇବାକୁ ଯାଇ ଏଭଳି ସଫେଇ ଦେଇଛନ୍ତି | ତେବେ ପ୍ରକ୍ରୁତ ଘଟଣାର ତଦନ୍ତ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଂଚଳରେ ଦାବି ହୋଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ