ପଂଚାୟତ କଂଗ୍ରେସ ବୈଠକ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଂଚାୟତ ରାଢୋ ଛକ ଠାରେ କଂଗ୍ରେସ ଦଳର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପଂଚାୟତ ସଭାପତି ପ୍ରଶାନ୍ତ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ୧୭ଗୋଟି ୱାର୍ଡର କର୍ମୀ ମାନେ ଯୋଗଦେଇ ଥିଲେ। ବିଶେଷକରି ପଂଚାୟତ ନିର୍ବାଚନ ପାଇଁ ସାଙ୍ଗଠନିକ ବୈଠକ ଗୁରୁତ୍ୱ ବହନ କରୁଥିବାରୁ ଏଥିରେ କର୍ମୀମାନେ ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଏହି ଅବସରରେ ସୁରେନ୍ଦ୍ର ଜେନା, ସୁକାନ୍ତ କୁମାର ସାହୁ, ମାନସ କୁମାର ସାହୁ, ମୁନା ସାହୁ, ସୁର୍ଯ୍ୟମଣି ନାୟକ ପ୍ରମୁଖ ଅନ୍ୟଦଳ ପରିତ୍ୟାଗ କରି କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ବୈଠକରେ ପଂଚାୟତ ଅଧିନ ରାଣିଗଡ଼ିଆ, ଦେଉଳପଦି, ନୌରଙ୍ଗପୁର, ସୁରୁବଣ, ଆକୁଲିକଣା, ବେଲଗଡ଼ିଆ, ନୂଆପୋଖରୀ, ବୋଧପଡା, ରାଢୋ ପ୍ରମୁଖ ଗ୍ରାମର ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ।


