ଫୁଣି୧୪କୋଟିର ଗଞ୍ଜେଇ ଚାଷ ନଷ୍ଟ
ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ଅଡ଼ବାଥାନା ଅନ୍ତର୍ଗତ ରାବା ଅଞ୍ଚଳର ଜଙ୍ଗଲ ଜମିରେ ବେଆଇନ ଭାବେ ଚାଲିଥିବା ଗଞ୍ଜେଇ ଚାଷ ନଷ୍ଟ କରିଛି ପ୍ରଶାସନ ଶୁକ୍ରବାର ଦିନ ଅଡ଼ବା ପୋଲିସ, ଆବକରି ବିଭାଗ, ରାଜସ୍ୱ ବିଭାଗ ମିଳିତ ରେ ତହସିଲଦାର କିଶୋର ଦାଶ ଙ୍କ ଉପସ୍ଥିତ ରେ ରାବା ଅଞ୍ଚଳରେ ୭୨ଏକର ଜମିରେ ଗଞ୍ଜେଇ ଗଛ ମିସିନ ମାଧ୍ୟମ ରେ କାଟି ପୁଡି ନଷ୍ଟ କରିଛନ୍ତି ଯାହାର ଆନୁମାନିକ ମୂଲ୍ୟ ୧୪କୋଟି ରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଏସ୍ଡିପିଓ ଦିଲ୍ଲୀପି କୁମାର ନାୟକ ସୂଚନା ଦେଇଛନ୍ତି ଏହି ଅଭିଯାନ ରେ ଥାନା ଅଧିକାରୀ ଆନନ୍ଦଚନ୍ଦ୍ର ପାତ୍ର, ପ୍ରଭାତ ସେଠି, ବାଳକୃଷ୍ଣ ପରିଡା, ବିଙ୍ଗରାଜ ଦାମୀ,ପ୍ରକାଶ ସାହୁ, ପୋଲିସ କର୍ମଚାରୀ ଅବକାରୀ ବିଭାଗ କର୍ମଚାରୀ, ରାଜସ୍ୱ କର୍ମଚାରୀ ସାମିଲି ଥିଲେ I


