ପୋଖରୀରୁ ସ୍କୁଲ ଛାତ୍ରୀଙ୍କ ଶବ ଉଦ୍ଧାର

ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ମଜୁରିଗଡ଼ିଆ ଗ୍ରାମ ଠାରେ ଏକ ଅଭାବନୀୟ ଘଟଣା ଅଂଚଳରେ ଶୋକ ଖେଳାଇ ଦେଇଛି । ପ୍ରାପ୍ତସୂଚନା ଅନୁଯାୟୀ ଗ୍ରାମର ମାନସ କୁମାର ଜେନାଙ୍କ ଝିଅ ମଧୁସ୍ମିତା ଆଜି ଭୋରୁ ଫୁଲ ତୋଳିବାକୁ ଯାଉଛି ବୋଲି ମାଆକୁ କହି ଘରୁ ବାହାରି ଯାଇଥିଲେ । ମଧୁସ୍ମିତା ଫୁଲ ଆଣିବାକୁ ଯାଇ ଆଉ ନଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ। ଏହାରି ଭିତରେ ତାର ଜୋତା ହଳକ ଗାଁ ମୁଣ୍ଡ ପୋଖରୀ ନିକଟରେ ପଡିଥିବା ଦେଖିବାକୁ ମିଳିଥିଲା। କିଛି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଗାଁରେ ସଂଗେ ସଂଗେ ଦମକଳ ବାହିନୀ ପହଂଚି ପୋଖରୀରେ ଖୋଜାଖୋଜି କରି ମଧୁସ୍ମିତାକୁ ଉଦ୍ଧାର କରିଥିଲେ। ତାକୁ ସଂଗେ ସଂଗେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ନାକ ଓ ପାଟିରୁ ରକ୍ତଶ୍ରାବ ହେଉଥିବା ବେଳେ ଦେହରେ କିଛି ଦାଗ ଥିବାରୁ ତାଙ୍କ ଝିଅକୁ କେହି ଷଡଯନ୍ତ୍ର କରି ହତ୍ୟା କରିବା ପରେ ପୋଖରୀରେ ଫିଙ୍ଗି ଦେଇଥିବା ବାପା ମାନସ କୁମାର ଜେନା ଧାମନଗର ଥାନାରେ ଲିଖିତ ଭାବେ ଜଣାଇଛନ୍ତି । ପୁଲିସ ଶବ ଜବତ କରି ପୋଷ୍ଟମଟମ ପାଇଁ ପଠାଇଥିବା ବେଳେ ଏନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ