ନାଆମୀ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ
ଭଣ୍ଡାରିପୋଖରୀ, (ଦୁର୍ଯୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ନାଆମୀ ମହାବିଦ୍ୟାଳୟ ଠାରେ ଇତିହାସ ବିଭାଗ ପକ୍ଷରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼. ବିନୋଦ ବିହାରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇଂରାଜୀ ବିଭାଗ ଅଧ୍ୟାପକ ଡ଼. ରଘୁନାଥ ସାହୁ ଯୋଗଦେଇ ଛାତ୍ର ଛାତ୍ରୀ ମାନେ ଶୃଙ୍ଖଳା, ନୈତିକତା ଓ ମାନବିକ ମୂଲ୍ୟବୋଧକୁ ପାଳନ କଲେ ଜୀବନରେ ବଡ ମଣିଷ ହୋଇପାରିବେ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ଅଶୋକ କୁମାର ଦାସ, ରାମଚନ୍ଦ୍ର ମହାନ୍ତି, ଅଜୟ ପ୍ରଧାନ, ବିନାୟକ ଘୋଷ, ବନମାଳୀ ପଣ୍ଡା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ଅଶୋକ ସେଠୀ ସ୍ୱାଗତ ଭାଷଣ ଓ ଅଧ୍ୟାପକ ଗଜେନ୍ଦ୍ର ଦାସ ଧନ୍ୟବାଦ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ଯୁକ୍ତ ତିନି ଦ୍ୱିତୀୟ ଏବଂ ତୃତୀୟ ବର୍ଷ ଛାତ୍ର ଛାତ୍ରୀ ମାନେ ପରିଚାଳନା କରିଥିଲେ।


