ନିଶାନିବାରଣ କାର୍ଯ୍ୟକ୍ରମ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ପାଳସାହି ଗ୍ରାମ ଠାରେ ଉତ୍କଳ ଫାଉଣ୍ଡେସନ ପକ୍ଷରୁ ନିଶାନିବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାପତି ରତିକାନ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଉପସଭାପତି ଅଜୟ କୁମାର ରାଉତ ଓ ପ୍ରତିଷ୍ଠାତା ତ୍ରିଲୋଚନ ଦାସ ଯୋଗଦେଇ ବିଭିନ୍ନ ନିଶାର ଭୟାବହତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ନୃସିଂହ ମହାରଣା, ଅଭୟ ବେହେରା, ବାସନ୍ତୀ ପାଲ, ଜଗନ୍ନାଥ ମହାରଣା, କାବୁ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ବହୁ ମହିଳା ଓ ପୁୁରୁଷ ମାନେ ଉପସ୍ଥିତ ଥିବାବେଳେ ଅସହାୟ ଗରୀବ ବୃଦ୍ଧାଙ୍କୁ ଟ୍ରଷ୍ଟ ପକ୍ଷରୁ କମ୍ବଳ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ