ଯୁବକର ଝୁଲନ୍ତା ମୃତଦେହ ପୋଲିସ ଦ୍ୱାରା ଉଦ୍ଧାର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର ପୌରାଞ୍ଚଳର ସାକିଲାଡିହି ଗ୍ରାମର ଜନୈକ ଯୁବକ ଆତ୍ମହତ୍ୟା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ସ୍ଵର୍ଗତ ଶୁଶାନ୍ତ ମହାନ୍ତଙ୍କ ୨୮ ବର୍ଷୀୟ ବିବାହିତ ପୁତ୍ର ଅଜୟ କୁମାର‌ ମହାନ୍ତ(୨୮) ବୁଧବାର ଦିନ ୧୨ଟା ପାଖାପାଖି ସମୟରେ ମାନସିକ ଭାରସାମ୍ୟ ହରାଇ ଫାଶି ଲଗାଇ ଆତ୍ମହତ୍ୟା କରିଛି । ଘଟଣା ସ୍ଥଳରେ ରାଇରଙ୍ଗପୁର ଆଇଆଇସି ଅଜୟ ସୁଦର୍ଶନ ବାଗେଙ୍କ ନିର୍ଦେଶ କ୍ରମେ ଏସଆଇ ଚିତ୍ତ ରଂଜନ ବାରିକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏକ ଅପମୃତ୍ୟୁ ମାମଲା କେଶ ନଂ ୨୬/୨୧ ରୁଜୁ କରି ଯୁବକର ମୃତଦେହକୁ ଶବ ଵ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ