ବାର୍ଷିକ ରାଶିଫଳ – ୨୦୨୨ : ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ
ମେଷ :୨୦୨୨ ଏହି ରାଶି ନିମନ୍ତେ ଅନେକ ସଫଳତା ଆଣିଦେବ, ମନରେ ଥିବା ପ୍ରତି ଯଜନା ଫଳବତି ହେବାରେ ସମୟ ସହାୟ ହେବ, ଅନେକ ଶୁଭଫଳଦାୟି ଘଟଣାମାନ ଘଟିଯିବ । ମୂଖ୍ୟାଶଂରେ ଆର୍ଥିକସ୍ଥିତେରେ ଅନେକ ସୁଧାର ମିଳିବ । କର୍ମକ୍ଷେତ୍ରରେ ପରିସ୍ଥିତି ବର୍ଷତମାମ ସପକ୍ଷରେ ରହିବ ଫଲରେ ମାନ, ସମ୍ମାନ ଓ ପଦୋର୍ଣ୍ଣତି ପ୍ରାପ୍ତ ହେବ, ବ୍ୟବସାୟି ଏବଂ ରାଜନୈତିକ ବ୍ୟକ୍ତିବିଶେଷ ପ୍ରତି ଯୋଜନାକୁ ସୁଚାରୁ ରୁପେ ତୁଲାଇ ଲାଭାର୍ଣ୍ଣିତ ହେବେ । ମହିଳା ମାନେ ମନମୁତାବକ ପରିବେଷ ପାଇ ଆତ୍ମଶାନ୍ତିରେ ଓ ନିରୋଗରେ କାଳାତିପାତ କରିବେ । ଛାତ୍ରଛାତ୍ରି ନିଜନିଜ କ୍ଷେତ୍ରରେ ସଫଳ ହେବେ ।
ପ୍ରତୀକାର- ଓଁ ହନୁମତେ ନମୋ ନମଃ” ପ୍ରତି ମଙ୍ଗଳବାର ୨୧ଥର ଜପ, ରକ୍ତପ୍ରବାଳ ଧାରଣ କରନ୍ତୁ ଓ ରକ୍ତଦାନ କରନ୍ତୁ ।
ବୃଷ :୨୦୨୨ ମସିହା ଅକ୍ଟୋବର ମାସ ପର୍ଯ୍ୟନ୍ତ ଶୁଭାଶୁଭ ମିଶ୍ରଫଳ ରହିବ କାରଣ ୭ମରେ ଶୁଭଉଚ୍ଚ ଗୃହରେ ରାହୁଙ୍କର ଉପସ୍ଥିତି ସହିତ ନବମସ୍ଥ ଧର୍ମ ଓ ଭାଗ୍ୟ ଗୃହରେ ଶନି ବର୍ଷର ତ୍ପଥମ ଚାରିମାସ ପର୍ଯ୍ୟନ୍ତ ଏବଂ ପରେ ୮ମାସ ଅତିଶୁଭ ରାହୁ, ଶନି ଓ ବୃହଷ୍ପତି ଚଳନ ଅନେକ ସଫଳତାର କାରଣହେବେ । ବ୍ୟବସାୟରେ ଲାଭ ବୃଦ୍ଧି ସହିତ ନୂତନତା ଆସିବ, ଚାକିରିରେ ପଦୋନ୍ନତି ମର୍ଯ୍ୟଦା ଲାଭ ହେବ, ଆର୍ଥିକ ଉର୍ଣ୍ଣତି ସହିତ ବନ୍ଧୁଙ୍କର ସହଯୋଗରେ ସଫଳତାପୂର୍ଣ୍ଣ ବର୍ଷ ରହିବ । ସେୟାର ବଜାର ନିବେଷ ଫଳପ୍ରସୁ ହେବ । ଛୋଟମୋଟ ଚୋରି ଡକାୟତିର ସମ୍ଭାବନା ରହିବ । ବୈବାହିକ ଓ ପ୍ରେମ ସମ୍ବନ୍ଧରେ ଶୁଭଫଳ ମିଳିବ । ମହିଳାମାନେ ପେଟଜନିତ ବ୍ୟଥା ଭୋଗ କରିବେ ଓ ଛାତ୍ରଛାତ୍ରୀ ମାନେ ବର୍ଷତମାମ ଶୁଭଫଳ ପାଇବେ ।
ପ୍ରତୀକାର- ପ୍ରତ୍ୟେକ ଶୁକ୍ରବାର ଲକ୍ଷ୍ମୀ ମାଙ୍କର ସ୍ତୁତିପାଠ, ଗୋମାତାଙ୍କୁ ରୁଟିଗୁଡ ଖାଇବାକୁ ଦିଅନ୍ତୁ ଓ ଅସହାୟ ଏବଂ ଅଷ୍ପୃସ୍ୟ ବ୍ୟକ୍ତିକୁ ସାହାର୍ଯ୍ୟ କରନ୍ତୁ ।
ମିଥୁନ :୨୦୨୨ର ପ୍ରଥମ ଚାରିମାସ ଭାଗ୍ୟଗୃହସ୍ଥ ଓ ପର ଆଠମାସ କର୍ମଗୃହସ୍ଥ ବୃହଷ୍ପତି ଭାଗ୍ୟଉଦୟ ସହିତ କର୍ମକ୍ଷେତ୍ରରେ ଯୋଜନା ମୁତାବକ ସମସ୍ତ କ୍ଷେତ୍ରରେ ସହଯୋଗ ପ୍ରଦାନ କରିବେ, ପରିଶ୍ରମର ଫଳ ଦେବାରେ ସହାୟକ ହେବେ, ବ୍ୟବସାୟରେ ନୁଆ ନୂଆ ଯୋଜନା କରି ପାଦ ଆଗକୁ ବଢାଇଲେ ନିଶ୍ଚୟ ସଫଳତା ମିଳିବ, ଯେଉଁମାନେ ପ୍ରେମ କରୁଛନ୍ତି ବିବାହର ସୁଯୋଗ ଷୃଷ୍ଟି ହେବ । ରାଜନୈତିକ ବ୍ୟକ୍ତିବିଷେଶ ଲୋକସମ୍ପର୍କର ସୁଫଳ ନିଶ୍ଚୟ ପାଇବେ । ପ୍ରତିଯୋଗିତା ମୁଳକ ପରିକ୍ଷା ଦେଉଥିବା ଛାତ୍ରଛାତ୍ରୀମାନେ ସଫଳତା ପ୍ରାପ୍ତ ହେବେ । ମହିଳାମାନେ ସମସ୍ତ କାର୍ଯ୍ୟରେ ପ୍ରଶଂସା ଶୁଣିବେ ।
ପ୍ରତୀକାର- ବିଷ୍ଣୁସହସ୍ରନାମ ପାଠ ଓ ଶ୍ରବଣ, ଶାଗୁଆ ରଙ୍ଗର ବସ୍ତ୍ର କୌଣସି ଅପାରଗକୁ ଦିଅନ୍ତୁ ଓ ସବୁଜ ପନିପରିବା ଗୋମାତାଙ୍କୁ ଦେଲେ ଶୁଭତା ବୃଦ୍ଧି ହେବ ।
କର୍କଟ :୨୦୨୨ ମସିହାର ଗ୍ରହସ୍ଥିତି ଅନୁଯାୟି ମାନସିକ ପ୍ରଫୁଲତା ଓ ବନ୍ଧୁ ପରିବାର ବର୍ଗଙ୍କ ଠାରୁ ସାହାର୍ଯ୍ୟ ପାଇ ଆତ୍ମନିର୍ଭରଶିଳତା, ଦୃଢତା, ଶତୃଦମନ, ବୁଦ୍ଧିଗତ କୌଶଳ, ଧନଲାଭ ଓ ମାଙ୍ଗଳିକ କାର୍ଯ୍ୟରେ ସଫଳତା ମିଳିବ । ରାଜନୈତିକ ବ୍ୟକ୍ତିବିଷେଶ ଲୋକସମ୍ପର୍କର ସୁଫଳ ନିଶ୍ଚୟ ପାଇବେ । ଛାତ୍ରଛାତ୍ରୀମାନେ ସ୍ଥିରଚିତରେ ରହି ପ୍ରଶଂସିତ ହେବେ । କର୍ମସଂସ୍ଥାନ ସନ୍ଧାନରେ ଥିବା ପଲାମାନଙ୍କୁ ନିଶ୍ଚୟ ସଫଳତା ମିଳିବ । ଲାଗିରହିଥିବା ରୋଗରେ ଉପସମ ମିଳିବା ସହ ମାନସିକ ଶାନ୍ତି ମିଳିବ । ଶତୃଦମନ ହେବା ସହ ଆର୍ଥିକସ୍ଥିତି ସ୍ୱଛଳ ହେବ । ସମସ୍ତ ବୂବସାୟି ମଧ୍ୟମ ଫଳପ୍ରାପ୍ତ ହେବେ ।
ପ୍ରତିକାର- ପ୍ରତ୍ୟେହ “ଓଁ ଅଁ ସୋମାୟ ନମଃ” ୨୧ଥର ଜପ, ପୂର୍ଣ୍ଣିମା ତିଥିରେ ଭଗବାନ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ଓ ଅଧିକାଶଂ ସମୟ ଧବଳ ବସ୍ତ୍ର ପରିଧାନ ପୂର୍ବକ ଦିନଚର୍ଯ୍ୟା କରନ୍ତୁ ।
ସିହଂ :୨୦୨୨ଏହିରାଶି ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ପାହାଚ ଚଢିବାରେ ସହାୟକ ହେବ । ସହଯୋଗିର ସହଯୋଗ କର୍ମ କ୍ଷେତ୍ର ସହ ଆର୍ଥୀକ କ୍ଷେତ୍ରରେ ମଧ୍ୟ ସୁଧାର ଆଣିିବ । ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ ଏବଂ ଏହା ଧନବୃଦ୍ଧିର କାରଣହେବ, ଧାର୍ମୀକ ପରିବେଷପ୍ରତି ମନବଳିବ । ବୈଦେଶିକ ବ୍ୟାପାର ଏବଂ ଆମଦାନି ରପ୍ତାନି ବ୍ୟବସାୟରେ ଲାଭ ହେବ, ବନ୍ଧୁଙ୍କର ସହେଯାଗ ପ୍ରତି ସମୟ ମିଳିବ, ଯୋଜନା ମୁତାବକ ସମସ୍ତ କ୍ଷେତ୍ରରେ ସହଯୋଗ ମିଳିବ, ପରିଶ୍ରମର ଫଳ ମିଳିବ, ବ୍ୟବସାୟରେ ନୁଆ ନୂଆ ଯୋଜନା କରି ପାଦ ଆଗକୁ ବଢାଇଲେ ନିଶ୍ଚୟ ସଫଳତା ମିଳିବ, ଯେଉଁମାନେ ପ୍ରେମ କରୁଛନ୍ତି ବିବାହର ସୁଯୋଗ ଷୃଷ୍ଟି ହେବ । ଛାତ୍ରଛାତ୍ରୀ ଓ ମହିଳା ମାନେ ପରିବାରର ସମସ୍ତ ସୁଯୋଗ ପାଇବେ ।
ପ୍ରତୀକାର- ପ୍ରତିଦିନ ସୂର୍ଯ୍ୟଙ୍କୁ – ଓଁ ଘୃଣି ସୂର୍ଯ୍ୟାୟ ନମଃ ୯ଥର ଜପକରି – ତାମ୍ରପାତ୍ରରେ ଜଳ ସହିତ ରକ୍ତଚନ୍ଦନ ମିଶାଇ ଅର୍ଘ୍ୟ ଅର୍ପଣ କରନ୍ତୁ ଏବଂ ମାଣିକ୍ୟ ରତ୍ନ ୫ରତିର ଧାରଣ କରନ୍ତୁ ।


