୧୯୮୦ ମସିହା ମ୍ୟାଟ୍ରିକ ଵ୍ୟାଚ ବନ୍ଧୁ ମିଳନ ଉତ୍ସବ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ଧାମନଗର ଛକ ଠାରେ ଵାରିକପୁର ହାଇସ୍କୁଲର ୧୯୮୦ ମସିହା ଏକାଦଶ ମ୍ୟାଟ୍ରିକ ଵ୍ୟାଚ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କିଶୋର ଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବନ୍ଧୁ ମିଳନ ଉତ୍ସବ ରେ ନଗୁଆ ପଞ୍ଚାୟତ ସରପଞ୍ଚ ତଥା ପ୍ରାକ୍ତନ ଛାତ୍ର କମଳ କୁମାର ନନ୍ଦ ଯୋଗଦେଇ ବିଦ୍ୟାଳୟ ଜୀବନର ମ୍ୟାଟ୍ରିକ ସମୟ ଚିର ସଵୁଜ ବୋଲି ଅଭିହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୀତାକାନ୍ତ ଵାରିକ, ନାରାୟଣ ସୂତାର, ଅନନ୍ତ ବିଶ୍ଵାଳ, ମଦନ ବିନ୍ଧାଣି, ଚିତ୍ତରଞ୍ଜନ ସେନାପତି, ବସନ୍ତ କୁମାର ନାୟକ, ଅଶୋକ କୁମାର ସେନାପତି, ଯଶୋବନ୍ତ ସାହୁ, ଖଗେଶ୍ୱର ଦାସ, ବାସୁଦେବ ମହାପାତ୍ର ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ଜୀବନର ଅଭୁଲା ମୂହୁର୍ତ୍ତ କୁ ନେଇ ବନ୍ଧୁମାନଙ୍କ ସହିତ ଭାଵ ଵିନିମୟ କରିଥିଲେ । ଏଥିରେ ବନ୍ଧୁ ସୁରେନ୍ଦ୍ର କୁମାର ଜେନା, ରବିନ୍ଦ୍ର କୁମାର ପାତ୍ର, ରାମଚନ୍ଦ୍ର ଗାହାଣ, ମଦନମୋହନ ପ୍ରଧାନ, କୃଷ୍ଣପ୍ରସାଦ ରାଉତ, ରମେଶ ଚନ୍ଦ୍ର ଦାସ, ମଦନ ନାୟକ, ଅମର ମହାପାତ୍ର, ଆନନ୍ଦ ଚନ୍ଦ୍ର ପରିଡା, ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ