ସମସ୍ତ ଧର୍ମାନୁଷ୍ଠାନ ଗୁଡିକୁ ସଫା ରଖିବା ନିମନ୍ତେ ସଚେତନତା
ଛତ୍ରପୁର, (ଦେବଦତ୍ତ ମହାରଣା) :ସ୍ୱଚ୍ଛ ସର୍ବେକ୍ଷଣ ୨୦୨୨ ରେ ଛତ୍ରପୁର ଏନଏସିରେ ଥିବା ସମସ୍ତ ମନ୍ଦିର, ମସଜିଦ୍, ଚର୍ଚ୍ଚ ମାନଙ୍କରେ ସଫା ସୁତୁରା ରଖିବା ସହ ମନ୍ଦିର ମାନଙ୍କରୁ ବାହାରୁଥିବା ଅଳିଆ ଆବର୍ଜନାକୁ ଡ୍ରେନରେ ନ ପକାଇବା ପାଇଁ ଏନଏସିରେ ଥିବା ବିଭିନ୍ନ ମନ୍ଦିର, ମସଜିଦ୍ ଓ ଚର୍ଚ୍ଚ ମାନଙ୍କରେ ଛତ୍ରପୁର ଏନଏସି ପକ୍ଷରୁ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍. ଗଣେଷ ବାବୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏନଏସି କର୍ମଚାରୀ ମାନେ ବୁଲି ଲୋକଙ୍କୁ ସଚେତନ କରିଛନ୍ତି । ମନ୍ଦିରକୁ ସ୍ୱଚ୍ଛ ରଖିବା ସହିତ ମନ୍ଦିରରେ ଡଷ୍ଟବିନ୍ ବ୍ୟବହାର କରିବା ପାଇଁ ମଧ୍ୟ ସଚେତନତା କରାଯାଇଛି । ପୂର୍ବରୁ ଯେଉଁ ମାନେ ମନ୍ଦିର, ମସଜିଦ୍ ଓ ଚର୍ଚ୍ଚ ମାନଙ୍କରେ ଡଷ୍ଟବିନ୍ ବ୍ୟବହାର କରୁଛନ୍ତି ସେମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ. ଗଣେଷ ବାବୁ ସୂଚନା ଦେଇଛନ୍ତି । ଏହି ସଚେତନତା ବେଳେ ଛତ୍ରପୁର ଏନଏସିର ପରିମଳ ନିରୀକ୍ଷକ ଗୌରହରି ପଣ୍ଡା, ସିଏମଏମୟୁ ମ୍ୟାନେଜର ଶ୍ରୀମନ୍ତ ପାତ୍ର, ଗୋଷ୍ଠୀ ସଂଗଠକ ଗାୟତ୍ରୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।


