ସାନଖେମୁଣ୍ଡି ଦ୍ଵିତୀୟ ଦିନରେ ୬୪ ପ୍ରାର୍ଥୀପତ୍ର ଦାଖଲ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ଆଜି ନାମାଙ୍କନ ପତ୍ର ଦାଖଲର ଦ୍ଵିତୀୟ ଦିବସରେ ସାନଖେମୁଣ୍ଡି ବ୍ଲକ୍ରେ ୫ ଜଣ ସରପଞ୍ଚ ଓ ଜଣେ ସମିତିସଭ୍ୟ ପ୍ରାର୍ଥୀ ଓ ୱାର୍ଡ଼ସଭ୍ୟ ପ୍ରାର୍ଥୀ ଭାବେ ୫୮ ଜଣ ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି । ରାଧାଦେଇପୁର ୩ ମୌଳାଭଞ୍ଜା ୧ ପି ରାମଚନ୍ଦ୍ରପୁର ୧ ସରପଞ୍ଚ ପ୍ରାର୍ଥୀ ଓ ପଦ୍ମପୁର ପଞ୍ଚାୟତରୁ ଜଣେ ସମିତିସଭ୍ୟ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । କୋଭିଡ୍ ନିୟମ ଅନୁସାରେ ପଞ୍ଚାୟତ ଓ ବ୍ଲକ୍ କାର୍ଯ୍ୟାଳୟ ରେ ଦ୍ଵିତୀୟ ଦିନରେ ୫୮ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସାନଖେମୁଣ୍ଡି ରେ ଦୁଇ ଦିନ ରେ ସମୁଦାୟ ୮୯ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ