ଅଜଣା ଗାଡି ଧକ୍କାରେ ଜଣେ ମୃତ ଜଣେ ଆହାତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଆହାତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତ ଯୁବକ ନାମ ହେଲା ଛତ୍ରପୁର ଅଂଚଳର ଗଣେଷ ସାହୁ । ଆହାତ ଯୁବକ ହେଲେ ଗୋପାଳପୁର ଅଂଚଳର ବିକାଶ ପଣ୍ଡା ବୋଲି ନାମ ମେଡିକାଲରୁ ଜଣାପଡିଛି । ଘଟଣାରୁ ଜଣାପଡିଛି ଯେ, ବୁଧବାର ଛତ୍ରପୁର ଅଂଚଳର ଏକ ଝିଅ ବାହାଘର ନିମନ୍ତେ ଜ୍ୱାଇଁ ଡାକରା ନିମନ୍ତେ ଗଣେଷ ଓ ବିକାଶ ଏକ ବାଇକ ଯୋଗେ ଛତ୍ରପୁର ଠାରୁ ଗଂଜାମ ଅଭିମୂଖେ ଯାଉଥିବା ବେଳେ ହଠାତ୍ ଏକ ଅଜଣା ଗାଡି ଅଗସ୍ତିନୂଆଗାଁ ଛକ ନିକଟରେ ଧକ୍କା ଦେଇ ପଳାଇଥିଲା । ଯାହାଫଳରେ ଗଣେଷ ଗୁରୁତର ଅବସ୍ଥାରେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲ। । ବିକାଶ ସାମାନ୍ୟ ଆହାତ ହୋଇଥିବାରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ ।


