ସାଗର ଗୁଡିକରୁ ଉପକୃତ ହେବେ ମତ୍ସ୍ୟଚାଷୀ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଲୋକଙ୍କ ଜୀବନ ଜୀବିକାରେ ସହାୟ ହେଉଛି ପ୍ରଶାସନ। ମାଛ ଚାଷ ଉପରେ ନିର୍ଭର କରୁଥିବା ଏକ ହଜାରରୁ ଉର୍ଦ୍ଧ୍ବ ପରିବାରକୁ ଯୋଗାଇ ଦିଆଯାଇଛି ରୋଜଗାର। ଜିଲ୍ଲାର ରାମ ସାଗର, ସୀତା ସାଗର ଓ କୃଷ୍ଣ ସାଗରରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଛଡା ଯାଇଛି ୩୦ ହଜାରରୁ ଉର୍ଦ୍ଧ୍ବ ମାଛ ଜାଆଁଳା । ଏଥିଦ୍ୱାରା ଅଞ୍ଚଳର ଏକ ହଜାର ମତ୍ସ୍ୟଜୀବିଙ୍କ ପରିବାର ଉପକୃତ ହେବେ । ଜିଲ୍ଲାର ତିନୋଟି ବୃହତ ଜଳଭଣ୍ଡାର ଯେଉଁଠି ଶତାଧିକ ମତ୍ସ୍ୟଜୀବୀ ନିର୍ଭର କରିଥାନ୍ତି । କରୋନା ସଙ୍କଟ ସମୟରେ ଏମାନଙ୍କ ଜିବନ ଜୀବିକା ଉପରେ ବହୁ ପ୍ରଭାବ ପଡିଛି । ଯାହାକୁ ଦୃଷ୍ଟି ରଖି ସରକାରଙ୍କ ପକ୍ଷରୁ ମାଛ ଚାଷ ପ୍ରତି ଗୁରୁତ୍ୱ ଦିଆଯାଇଛି । ତେବେ ଏହି ସବୁ ସାଗରରେ ଛଡ଼ା ଯାଇଥିବା ମାଛ ଜାଆଁଳାର ରକ୍ଷଣାବେକ୍ଷଣ ଦାୟିତ୍ୱ ଏହି ସାଗର ଗୁଡ଼ିକରେ ନିର୍ଭର କରି ଆସୁଥିବା ବିଭିନ୍ନ ମତ୍ସ୍ୟଜୀବୀ ସୋସାଇଟିକୁ ଦିଆଯାଇଛି । ତେବେ ଏହି ପରି ଏକ ସଙ୍କଟ ସମୟରେ ମତ୍ସ୍ୟଜୀବିଙ୍କ ପାଇଁ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିବା ସହ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମତ୍ସ୍ୟଜୀବୀ । ପ୍ରଥମ ପର୍ଯ୍ୟାୟରେ ସହରର ରାମସାଗରରେ ମାଛ ଜାଆଁଳା ଛାଡ଼ି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏଥିରେ ୭୫୦୦ ଉନ୍ନତ ମାନର ମାଛ ଜାଆଁଳା ଛଡାଯାଇଛି । ଏଥିରେ ବି.ସୀତାପୁର, କେରାଣ୍ଡି, ପାରଳାଖେମୁଣ୍ଡି ଆଦି ଅଞ୍ଚଳର ମତ୍ସ୍ୟଜୀବୀ ସୋସାଇଟିର ୫୬୦ ମତ୍ସ୍ୟଜୀବୀ ଉପକୃତ ହୋଇପାରିବେ । ସେହିଭଳି ଅନ୍ୟ ଦୁଇଟି ସୀତା ସାଗର ଓ ରାମ ସାଗରରେ ମଧ୍ୟ ମାଛ ଚାଷ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହିସବୁ ସାଗର ଗୁଡ଼ିକ ଉପରେ ନିର୍ଭର କରୁଥିବା ଏକ ହଜାରରୁ ଉର୍ଦ୍ଧ୍ବ ପରିବାର ଉପକୃତ ହେବେ । ଆଗକୁ ଜିଲ୍ଲାର ୩୦୦ ଟି ପୋଖରୀରେ ମାଛ ଚାଷ କରି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ରୋଜଗାର କ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଲିଙ୍ଗରାଜ ପଣ୍ଡା ଜିଲ୍ଲାପାଳ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ