ସ୍ମାର୍ଟ ହାଇସ୍କୁଲ ଗୁଡିକର ନିର୍ମାଣଧୀନ କାର୍ଯ୍ୟକୁ ଜିଲ୍ଲାପାଳଙ୍କ ତଦାରଖ
ଛତ୍ରପୁର, (ଦେବଦତ୍ତ ମହାରଣା) :-ହାଇସ୍କୁଲ ରୂପାନ୍ତରୀକରଣ ୫-ଟି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଛତ୍ରପୁର ବ୍ଲକର ୩ଟି ସ୍ମାର୍ଟ ହାଇସ୍କୁଲର କାର୍ଯ୍ୟ ଶେଷ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୮ଟି ହାଇସ୍କୁଲର ରୁପାନ୍ତରୀଣ କାର୍ଯ୍ୟ ଚାଲୁ ରହିଛି । ଏହି ପରିପ୍ରେକ୍ଷୀରେ ଶନିବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପରିଦର୍ଶନ କରି ଛତ୍ରପୁର ବ୍ଲକର ପ୍ରଥ୍ମ ଓ ଦ୍ୱିତୀୟ ପର୍ଯ୍ୟାୟରେ ହାତକୁ ନିଆଯାଇଥିବା ୧୧ ଟି ସ୍ମାର୍ଟ ହାଇସ୍କୁଲର ନିର୍ମାଣଧୀନ କାର୍ଯ୍ୟକୁ ତଦାରଖ କରିଛନ୍ତି । ସ୍ମାର୍ଟ ସ୍କୁଲର ନିର୍ମାଣଧୀନ ସମସ୍ତ କାର୍ଯ୍ୟକୁ ଉତ୍ତମମାନ ଓ ସୌନ୍ଦର୍ଯ୍ୟୀକରଣ ସହିତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମ ଶେଷ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଛତ୍ରପୁର ବ୍ଲକର କାଳିପଲ୍ଲୀ ହାଇସ୍କୁଲ, ସୁନ୍ଦରେଶ୍ୱର ହାଇସ୍କୁଲ, ବଉଳଗାଁ ହାଇସ୍କୁଲ, ଧୀରେଶ୍ୱର ବିଦ୍ୟାପୀଠ, ଅନସ୍ଲୋ ହାଇସ୍କୁଲ ଓ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଗୁଡିକ ବୁଲି ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି । ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ବେଳେ ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡା, ଛତ୍ରପୁର ବ୍ଲକ ନିର୍ବାହୀ ଯନ୍ତ୍ରୀ ଲଗ୍ନଜିତ ସାହୁ, ଦିଗାମ୍ବର ନାୟକ, କନିଷ୍ଠ ଯନ୍ତ୍ରୀ ଜୟସେନ ବେହେରା, ପ୍ରଫୁଲ୍ଲ ବେହେରା ଓ ମନୋରଞ୍ଜନ ମଲ୍ଲିକଙ୍କ ସମେତ ବହୁ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଛତ୍ରପୁର ବ୍ଲକ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ ୮ ଟି ହାଇସ୍କୁଲର ରୁପାନ୍ତରୀତ କାର୍ଯ୍ୟ ଚାଲୁ ରହିଥିବା ବ୍ଲକ ପକ୍ଷରୁ ସୂଚନା ମିଳିଛି ।


