ଆଜି ୬୪ କରୋନା ଆକ୍ରାନ୍ତ ଚିହ୍ନଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ କରୋନାର ପ୍ରକୋପ ଜାରି ରହିଛି । ଦୈନନ୍ଦିନ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିଚାଲିଛି । ଆଜି ସୋମବାର ଦିନ ଜିଲ୍ଲାରେ ମୋଟ ୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୬୪ଜଣ ପୋଜିଟିଭ୍ ଚିହ୍ନଟ ମଧ୍ୟରେ ପାରଳାଖେମୁଣ୍ଡି ସହରରୁ ୧୨ଜଣ, ଗୋଷାଣୀ ବ୍ଲକରୁ ୩ଜଣ, ଗୁମ୍ମା ବ୍ଲକରୁ ୬ଜଣ, କାଶୀନଗର ବ୍ଲକରୁ ୪ଜଣ, ନୂଆଗଡ ବ୍ଲକରୁ ୨ଜଣ, ମୋହନା ବ୍ଲକରୁ ୪ଜଣ, ରାୟଗଡ ବ୍ଲକରୁ ୧୦ ଜଣ, ଆନ୍ଧ୍ର ପ୍ରଦେଶର ୨୨ଜଣ ଏବଂ ବିହାରର ଜଣେ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ