୨୫ ତମ କଲର ବେଲ୍ଟ ପ୍ରତିଯୋଗିତା
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ସ୍ଥିତ କେଏମପି ସ୍ପୋର୍ଟସ ଏକାଡେମୀ ପକ୍ଷରୁ ୨୫ ତମ କଲର ବେଲ୍ଟ ପ୍ରତିଯୋଗିତା ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଥିବା ଏକାଡେମୀର ତାଲିମ କେନ୍ଦ୍ରରେ ଆୟୋଜିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଟାଏକୋଣ୍ଡୋ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ୧୬୮ ଜଣ ପ୍ରଶିକ୍ଷାର୍ଥୀ ଏହି ଆନ୍ତଃ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୧୬ ଜଣ ବ୍ଲାକ ବେଲ୍ଟ ପ୍ରତିଯୋଗୀ ଥିବା କେଏମପି ସ୍ପୋର୍ଟସ ଏକାଡେମୀର ପ୍ରଶିକ୍ଷକ ତଥା ଓଡିଶା ଟାଏକୋଣ୍ଡୋ ସଂଘ ର ରାଜ୍ୟ ସମ୍ପାଦକ କେ ମନୋଜ ପ୍ରଧାନ ସୂଚନା ଦେଇଛନ୍ତି । ୬ଷ୍ଠ ଡାନ ବ୍ଲାକ ବେଲ୍ଟ ଧାରୀ ଆନ୍ତର୍ଜାତିକ କୋଚ ମନମୋହନ ଭଞ୍ଜ ପ୍ରତିଯୋଗିତାରେ ପରୀକ୍ଷକ ଭାବେ ଯୋଗଦେଇ ସମସ୍ତ ପ୍ରତିଯୋଗୀଙ୍କ ଅଫ ଲାଇନ ପ୍ରାକ୍ଟିକାଲ ଓ ଅନଲାଇନ ଥିଓରି ପରୀକ୍ଷା କରିଥିଲେ। ବ୍ରହ୍ମପୁରର ଜାଗୁଆର ଏକାଡେମୀର ୭୨ ଜଣ, ଗଞ୍ଜାମ ଏକାଡେମୀର ୩୦ ଜଣ, ଛତ୍ରପୁରର ୬୬ ଜଣ ପରୀକ୍ଷାର୍ଥୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ସଭାପତି ଶ୍ରୀକାନ୍ତ ମହାନ୍ତି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଓଡିଶା ଟାଏକୋଣ୍ଡୋ ସଂଘର ମହିଳା ବିଭାଗର ଅଧ୍ୟକ୍ଷା ଡକ୍ଟର ଅନୀତା ମିଶ୍ର ସମ୍ମାନିତ ଅତିଥି ଯୋଗ ଦେଇଥିଲେ । ଟାଏକୋଣ୍ଡୋ କୋଚବୃନ୍ଦ ଇ ଲଳିତ କୁମାର, ଅମ୍ବିକା ପ୍ରସାଦ ଦାସ, ସି ଏଚ ପ୍ରସାଦ ନାୟକ, ରୁଦ୍ର ନାରାୟଣ ବେହେରା, ପିୟୁସ ପ୍ରସାଦ ଷଡଙ୍ଗୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


