ପ୍ରଶିକ୍ଷିତ ମହିଳା ମାନଙ୍କ ଦ୍ଵାରା ଅଗରବତୀ ଓ ଫିନାଇଲ ନିର୍ମାଣ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ଜଙ୍ଗଲପାଡୁ ଗ୍ରାମରେ ଅଗରବତୀ ଓ ଫିନାଇଲ ନିର୍ମାଣ ତାଲିମ କାର୍ଯ୍ୟକ୍ରମ ତାରିଖ ୦୧.୦୨.୨୦୨୨ ଠାରୁ ଚାଲୁଅଛି । ଏହି ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଗୋସାଣି ବ୍ଲକର ବଡ ଗୋସାଣି ଗ୍ରାମ ପଞ୍ଚାୟତର ମୋଟ ୨୮ ଜଣ ସ୍ଵୟଂ ସହାୟିକା ଗ୍ରୁପ ସଦସ୍ୟା ମହିଳା ତାଲିମ ନେଉଛନ୍ତି । ଏହି ତାଲିମ କାର୍ଯ୍ୟକ୍ରମ ଆସନ୍ତା ୧୦.୦୨.୨୦୨୨ ଦିନ ଉଦଯାପନ ହେବ। ବର୍ତ୍ତମାନ ସୁଦ୍ଧା ସମସ୍ତ ପ୍ରତିଭାଗୀ ଅତି ସୁନ୍ଦର ଭାବେ ଅଗରବତୀ ଏବଂ ଫିନାଇଲ ନିର୍ମାଣ ଶିଖି ସାରିଲେଣି। ସମସ୍ତ ଉତ୍ପାଦ ଅନୁଷ୍ଠାନ ରେ ଚାଲୁଥିବା ଆର୍ସେଟି ବଜାର ରେ ବିକ୍ରି ପାଇଁ ତା.୧୧.୦୨.୨୦୨୨ରିଖ ଠାରୁ ଉପଲବ୍ଧ ହେବ। ସ୍ଵୟଂ ସହାୟିକା ମା ମାନେ ତାଲିମ ପାଇଲା ପରେ ନିଜ ନିଜ ଅଞ୍ଚଳ ରେ ଅଗରବତୀ ଏବଂ ଫିନାଇଲ ନିର୍ମାଣ କରି ସ୍ଵାବଲମ୍ବି ହେବେ । ଜନ ସାଧାରଣଙ୍କୁ ଅନୁରୋଧ ଆମ ପ୍ରଶିକ୍ଷାର୍ଥୀ ମାନଙ୍କ ଦ୍ଵାରା ନିର୍ମିତ ଅଗରବତୀ ଏବଂ ଫିନାଇଲ କିଣି ଆମ ମାନଙ୍କୁ ଉତ୍ସାହିତ କରିବା ହେବେ ।


