ଜମି ବିବାଦ ସମାଧାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଅଡବା ଗ୍ରାମ ପଞ୍ଚାୟତ ରେ ଅଡବା ସନ୍ଧିନାଳରେ ଜଙ୍ଗଲ ଜମି ପ୍ଲଟନଂ୮୦୬୦୬ ବିବାଦୀୟ ପରିସ୍ଥିତି ରେ ରହିଥିଲା । ତାହା ଆଜି ସମାଧାନ ହୋଇ ପାରିଛି। ମୋହନା ତହିଦାର ଙ୍କ ଉପସ୍ଥିତ ରେ ଅଡବାର କିଛି ଲୋକ ସେହି ଜମିରେ ଗୃହ ନିର୍ମାଣ କରୁଥିଲେ । ସେହି ଜମି କୁ ଓସିସି ନୂଆ ସାହିର ଖ୍ରୀଷ୍ଟ ଧର୍ମ ବଲମ୍ବାନି ମାନେ ସମାଧି ସ୍ଥଳ ଭାବେ ଗତ ପ୍ରାୟ ୩ ବଷ ହେଲା ବ୍ୟବହାର କରି ଆସୁଥିଲେ । ଗତକାଲି ଓସିସି ନୂଆ ସାହିର ଲୋକେ ଶବନେଇ ସମାଧି ଦେବା ନିମନ୍ତେ ସେଠାରେ ଆସି ପହଞ୍ଚିଥିଲେ । ତାହାକୁ ଅଡବା ଗ୍ରାମ ବାସୀ ବିରୋଧ କରିବା ଫଳରେ ବିଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା । ଖବର ପାଇଁ ମୋହନା ତସିହଦାର କିଶୋର ଚନ୍ଦ୍ରଦାସ ଅଡବା ରାଜ ନିରୀକ୍ଷକ ଛବିର କୁମାର ପଣ୍ଡା ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ । ଉଭୟ ପକ୍ଷଙ୍କ ଉପସ୍ଥିତ ରେ ଜଙ୍ଗଲ କିସମର ଗୃହ ନିର୍ମାଣ ଜାଗା ଓ ସମାଧି ସ୍ଥଳ କୁ କୌଣସି ଲୋକ ଆଗାମୀ ଦିନରେ ନଯିବା ପାଇଁ ଆଦେଶ ଦେଇଥିଲେ । ସେହି ଜଙ୍ଗଲ କିସମର ଜାତୀୟ ରାଜପଥ ଠାରୁ ୭୦ ମିଟର ଦୂରତା ରେ ଉଭୟ ପକ୍ଷ ଲୋକ ଙ୍କ ଉପସ୍ଥିତରେ ଓସିସି ନୂଆ ସାହିର ସମାଧି ସ୍ଥଳ ନିମନ୍ତେ ଜାଗା ଚିହ୍ନଟ କରି ଦେଖାଇ ଦିଆଯାଇଥିଲା । କୌଣସି ବ୍ୟକ୍ତି ବିବାଦୀୟ ଜମି କୁ ପୁଣି ବ୍ୟବହାର କରନ୍ତି ଆଇନ ଅନୁଯାୟୀ ବ୍ୟକ୍ତି ଦାୟୀ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ