ଜୋନ ନମ୍ବର ୧୧ ରେ ବିଜେଡି ପ୍ରାର୍ଥୀଙ୍କ ଘରକୁ ଘର ପ୍ରଚାର
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀରୃ ଆସନ୍ତା ଫେବୃୟାରୀ ୨୪ ତାରିଖ ଦିନ ଭୋଟ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ସବୁ ଦଳର ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ଚଳାଇଛନ୍ତି । କୁସୁମୀ ବ୍ଲକର ଜୋନ ନମ୍ବର ୧୧ରେ ବିଜେଡି ପ୍ରାର୍ଥୀ ରାମଚନ୍ଦ୍ର ମୁର୍ମୁ ଜୋରଦାର ଘରକୁ ଘର ବୁଲି ପ୍ରଚାର ଚଳାଇଛନ୍ତି । ହାଟବାଦଡା ପଞ୍ଚାୟତରେ ନିଜର ସାଥୀମାନଙ୍କୁ ଗାଁ କୁ ଗାଁ ବୁଲି ପ୍ରଚାର ଜୋରଦାର ଚଳାଇଛନ୍ତି । ଶ୍ରୀଯୁକ୍ତ ରାମଚନ୍ଦ୍ର ମୁର୍ମୁ ଜଣେ ଯୁବ ସମାଜସେବୀ, ପରୋପକାରୀ ଯୁବ ଟାଣୁଆ ଆଦିବାସୀ ନେତା । ରାଜନୀତି ସହିତ ସେ ଦିର୍ଘ ୨୫ ବର୍ଷ ହେଲା ଜଡିତ । ପୂର୍ବରୁ ସେ କୁସୁମୀ ବ୍ଲକର ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇ ଅଂଚଳବାସୀଙ୍କ ସେବା କରିଥିଲେ ।


