ଭୋଟର ସଚେତନତା ପାଇଁ ପ୍ରତିଯୋଗିତା
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଜାତୀୟ ଭୋଟର ଦିବସ ଉପଲକ୍ଷେ ଭାରତ ର ନିର୍ବାଚନ କମିଶନ ଙ୍କ ପକ୍ଷରୁ “ମୋ ଭୋଟ ମୋ ଭବିଷ୍ୟତ ଗୋଟିଏ ଭୋଟ ମୂଲ୍ୟବାନ “ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ online ମାଧ୍ୟମରେ କରାଯାଉଛି I ଏହି କାର୍ଯ୍ୟକ୍ରମ ରେ ଜାତୀୟ ସ୍ତରରେ ହେଉଥିବା 5 ପ୍ରକାର ପ୍ରତିଯୋଗିତା ଯଥା, କୁଇଜ, ସଂଗୀତ, ଭିଡ଼ିଓ klippings, ସ୍ଲୋଗାନ ଓ ପୋଷ୍ଟର ପ୍ରସ୍ତୁତ ଇତ୍ୟାଦି ପ୍ରତିଯୋଗିତା ରେ ଯେକୌଣସି ବୟସ ର ବ୍ୟକ୍ତିବିଶେଷ, ଛାତ୍ର ଛାତ୍ରୀ ଏବଂ ଅନୁଷ୍ଠାନ ସମୂହ ଅଂଶ ଗ୍ରହଣ କରିପାରିବେ I ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ ପାଇଁ ଭାରତ ର ନିର୍ବାଚନ କମିଶନ ଙ୍କ ପକ୍ଷରୁ ସମୟ ଅବଧି 25 ଜାନୁଆରୀ 2022 ରୁ 15 ମାର୍ଚ୍ଚ 2022 ପର୍ଯ୍ୟନ୍ତ web site କୁ ଖୋଲା ରଖାଯିବା ର ବ୍ୟବସ୍ଥା କରା ଯାଇଛି. ଭାରତ ର ଯେକୌଣସି ନାଗରିକ https://ecisveep.nic.in/contest website ru ପ୍ରତିଯୋଗିତା ସମ୍ପର୍କ ରେ ସବିଶେଷ ତଥ୍ୟ ପାଇ ପାରିବେ I ପ୍ରତ୍ୟେକ ବିଭାଗ ର ପ୍ରତିଯୋଗିତା ର ଶ୍ରେଷ୍ଠ 3ଟି ସ୍ଥାନ ଅଧିକାର କରିଥିବା ବ୍ୟକ୍ତି ବିଶେଷ ଙ୍କୁ ପୁରସ୍କାର ସ୍ୱରୂପ ବିଭିନ୍ନ ଅର୍ଥ ରାଶି ପ୍ରଦାନ କରାଯିବ I ଏହି ପ୍ରତିଯୋଗିତା ରେ ଅଧିକ ରୁ ଅଧିକ ଅଂଶ ଗ୍ରହଣ ପାଇଁ ନିର୍ବାଚନ କମିଶନ ଙ୍କ ପକ୍ଷରୁ ନାଗରିକ ମାନଙ୍କୁ ପରାମର୍ଶ ଦିଆ ହୋଇଛି. ଏହି ପରିପ୍ରେକ୍ଷୀରେ ଆଜି ରାଇରଙ୍ଗପୁର ଠାରେ ବାମନଘାଟି ଉପଖଣ୍ଡ ର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାଶ ଙ୍କ ଅଧକ୍ଷତା ରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏଥିରେ ବିଭିନ୍ନ ମହାବିଦ୍ୟାଳୟ ର ଅଧକ୍ଷ ଏବଂ ଅଧ୍ୟାପକ ମାନେ ଯୋଗ ଦେଇଥିଲେ. ଉପଜିଲ୍ଲାପାଳ ଉପସ୍ଥିତ ଥିବା ସମସ୍ତଙ୍କୁ ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମ ର ତାତ୍ପର୍ଯ୍ୟ ଓ ପ୍ରତିଯୋଗିତା ର ନିୟମ, ପ୍ରଣାଳୀ ତଥା ପ୍ରକ୍ରିୟା ସମ୍ଭନ୍ଧ ରେ ବିସ୍ତୃତ ବିବରଣୀ ଦେଇଥିଲେ ଏବଂ ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ବରାଳ ପ୍ରୋଜେକଟର ମାଧ୍ୟମରେ ଏହି କାର୍ଯ୍ୟକ୍ରମ କୁ ଉପସ୍ଥାପନ କରିଥିଲେ I


