ରୋଟାରୀ କ୍ଲବ ଆନୁକୁଲ୍ୟରେ ୬୦ ୟୂନିଟ ରକ୍ତ ସଂଗ୍ରହ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ରୋଟାରୀ କ୍ଲବ୍ ଜନ୍ମଦିନ ଅବସରରେ ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ‘ରୋଟାରୀ କ୍ଲବ’ ଆନୁକୁଲ୍ୟରେ ବୁଧବାର ଦିନ ରାଇରଙ୍ଗପୁର ରକ୍ତ ଭଣ୍ଡାରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋରଂଜନ ବିଶ୍ୱାଳ ଫିତାକାଟି ଶୁଭ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ରୋଟାରୀ କ୍ଲବ ସଭାପତି ରସାନନ୍ଦ ଲେଙ୍କା, ଅରବିନ୍ଦ ବାଗାଡିଆ, ବିକାଶ ଭୂତ, କୁଶାଲ ସିଂଘାଲ,ପ୍ରତ୍ୟୁଷ ପରିଡ଼ା, ବିବେକ ଚରଣ ପାହାଡି, ଟି କେ ଭିଜୟନ, ଆୟୂଷ ଅଗ୍ରଓ୍ବାଲ, ମନିଷ ଜେନା, ବିଷ୍ଣୁ ପ୍ରସାଦ ଜେନା, ବିଜୁ ଜେନା, ଅତନୁ ମହାନ୍ତି ପ୍ରମୁଖ ସାମିଲ ହୋଇ ନିଜେ ରକ୍ତଦାନ କରିବା ସହ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ୬୦ୟୂନିଟ ରକ୍ତଦାନ ସଂଗ୍ରହ ହୋଇଥିଲା । ସମସ୍ତଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ରୋଟାରୀ କ୍ଲବ ସଭାପତି ରୋଟାରିଆନ କାଳିପ୍ରସନ୍ନ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ରାଇରଙ୍ଗପୁର ଆଇଟିଆଇ ଛାତ୍ରମାନେ ରକ୍ତଦାନ କରିଥିଲେ । ରୋଟାରୀ କ୍ଲବ୍ ଏଭଳି ଜନକଲ୍ୟାଣ ସାମାଜିକ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ