ହାଟବାଦଡା ଗ୍ରାମପଞ୍ଚାୟତ ସମିତି ସଭ୍ୟା ପ୍ରାର୍ଥୀନୀଙ୍କ ଜୋରଦାର ପ୍ରଚାର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର କୁସୁମି ବ୍ଲକର ହାଟବାଦଡା ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଭାବେ ଜୋରଦାର ପ୍ରଚାର ପ୍ରସାର ଚଳାଇଥିବା ସବିତା ସୋରେନ ନିଜ ସମର୍ଥକମାନଙ୍କୁ ନେଇ ଗାଁ ଗାଁ ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ଜଣେ ଯୁବା ସମାଜସେବୀ, ସୁସଂସଗଠିକା, ଧର୍ମପରାୟଣା ମହିଳା, ପୂର୍ବତନ ସରପଞ୍ଚ, ସମାଜ ସେବା କ୍ଷେତ୍ରରେ ପାଦ ଆଗକୁ ବଢାଇଛନ୍ତି । ସେ ନିଜେ ଜଣେ ଆଦିବାସୀ ମହିଳା । ଆଦିବାସୀ ମାନଙ୍କର ଦୁଃଖ ସେ ନିଜେ ଲିଭାଇବା ସହ ଅଙ୍ଗେ ଦେଖିଛନ୍ତି । ତେଣୂ ଶିକ୍ଷାକୁ ଗୁରୁତ୍ୱ ଦେଇ ନିଜେ ଉଚ୍ଚ ଶିକ୍ଷିତା ହୋଇ ଏକ ଦୁର୍ନିତୀ ମୁକ୍ତ ସମାଜ, ଅନ୍ଧ ବିଶ୍ୱାସ ବିରୋଧରେ ଲଢେ଼ଇ, ନାରୀ ଶୀକ୍ଷା, ଅଂଚଳର ବିକାଶ ଏବଂ ଏହି ପଞ୍ଚାୟତର ସାମଗ୍ରିକ ବିକାଶ ନେଇ ସେ ଲଢେଇ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ପଞ୍ଚାୟତ ବାସୀ ତାଙ୍କୁ ପୁର୍ଣ ସମର୍ଥନ ମିଳୁଛି । ଭୋଟର ମାନଙ୍କୁ ସିଧାସଳଖ ଗାଁ ର ସମସ୍ୟା ତଥା ରାସ୍ତା ଘାଟ , ପାନୀୟ ଜଳ , ଭତ୍ତା ଓ ଯୁବକ ମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବାରେ ଚେଷ୍ଟା କରିବି ବୋଲି ବୁଝାଉଛନ୍ତି ।ଅତିକମରେ ସେ ଯେତେବେଳେ ସରପଞ୍ଚ ଥିଲେ ବହୁ ଉନ୍ନତିମୂଳକ କାର୍ଯ୍ୟ କରିଥିଲ। ଆଗକୁ ହାବାଦଡା ପଞ୍ଚାୟତବାସୀଙ୍କୁ ଅଧିସେବା ଦେବା ପାଇଁ ସେ ସମସ୍ତଙ୍କ ଭୋଟ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ