୬ ଜିଲ୍ଲାପରିଷଦ ଗଣତିରେ ୫ଗୋଟିରେ ବିଜେଡି ଏବଂ ଗୋଟିଏରେ କଂଗ୍ରେସ ଆଗୁଆ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ ୫ଗୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ଆଜି ଭୋଟଗଣତିର ୨ପର୍ଯ୍ୟାୟରେ ଜିଲ୍ଲାର ଭିଭିନ୍ନ ଭୋଟ ଗଣତି କେନ୍ଦ୍ରରେ ଗଣନା ଆରମ୍ଭ ହୋଇଯାଇଛି । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଜିଲ୍ଲାର ୬ଗୋଟି ଜିଲ୍ଲାପରିଷଦ ଜୋନ୍ ନିମନ୍ତେ ମତ ଗଣନା କରାଯାଉଛି । ସୂଚନା ଯୋଗ୍ୟ ଯେ, ଗତକାଲି ପ୍ରଥମ ପର୍ଯ୍ୟାୟରେ ମଧ୍ୟ ୭ଗୋଟି ଜୋନେ୍‌ରେ ଭୋଟ ଗଣତି ହୋଇଥିଲା । ଏହା ସହ ସରପଞ୍ଚ, ସମିତି ଓ ୱାର୍ଡମେମ୍ବରଙ୍କ ମଧ୍ୟ ମତଗଣନା କରାଯାଉଛି । ଖବର ଲେଖା ହେବା ସୁଦ୍ଧା ଆଜିର ୬ଗୋଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୫ରେ ବିଜେଡି ଓ ଗୋଟିଏରେ କଂଗ୍ରେସ ଆଗୁଆ ରହିଛି । ମୁଖ୍ୟତଃ ବିଜେଡି-କଂଗ୍ରେସ ମଧ୍ୟରେ ମୁକାବିଲା ହେଉଛି । କାଶୀନଗର ଜୋନ୍ ନଂ-୨ରେ ବିଜେଡି-ବିଜେପି ମଧ୍ୟରେ ମୁକାବିଲା ହେଉଥିବା ବେଳେ ଗୁମ୍ମା ଜୋନ୍‌ନଂ ୪ରେ କଂଗ୍ରେସ-ବିଜେଡି ମଧ୍ୟରେ ମୁକାବିଲା ହେଉଛି । ସେହିପରି ଗୋଷାଣୀ ବ୍ଲକର ଜେନ୍ ନଂ ୭ରେ ବିଜେଡି-ଭାଜପା, ମୋହନା ବ୍ଲକ ଜୋନ୍ ନଂ ୮ରେ ବିଜେଡି-କଂଗ୍ରେସ, ଆର୍‌.ଉଦୟଗିରି ବ୍ଲକ ଜୋନ୍ ନଂ ୧୨ରେ ବିଜେଡି-ବିଜେପି ଓ ରାୟଗଡ ବ୍ଲକର ଜୋନ୍ ନଂ.୧୪ରେ ବିଜେଡି-ଭାଜପାର କଡାମୁକାବିଲା ଚାଲିଛି । ଏପରି ଭାବେ ୬ଗୋଟିରେ ୫ଗୋଟିରେ ବିଜେଡି ଓ ଗୋଟିଏ ଜୋନ୍‌ରେ କଂଗ୍ରେସ ଆଗୁଆ ରହିଥିବାର ସୂଚନା ମିଳିଛି । ଆସନ୍ତାକାଲି ତୃତୀୟ ପର୍ଯ୍ୟାୟରେ ମୋହନା ବ୍ଲକର ଜୋନ୍ ନଂ. ୧୦ର ମତଗଣନା ହେବ ବୋଲି ସୂଚନା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ