ବାଲେଶ୍ୱର ଆଇଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର କମ୍ପ୍ୟୁଟର ଯୋଗାଣକାରୀ ସଂଘ ପକ୍ଷରୁ ୧୧ତମ ଆଇଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଜିଲା ସ୍କୁଲ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟ ପ୍ରାରମ୍ଭରେ ପୂର୍ବରୁ ସଂଗଠନର ପୂର୍ବତନ ଅଧ୍ୟକ୍ଷ ଅଜୟ ପାତ୍ର ଓ ରାଜେଶ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ବାଲେଶ୍ୱର ରେ ଥିବା ସମସ୍ତ କମ୍ପ୍ୟୁଟର ଡିଲର ଏବଂ ସେମାନଙ୍କ କର୍ମଚାରୀମାନଙ୍କୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଏଥିରେ ଜେବ୍ରୋନିକ, ଫ୍ରଣ୍ଟଟେକ, ପୁଣ୍ଟା ଓ ମାକ୍ରୋଟେକ ଆଦି ୪ ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ମାଇକ୍ରୋଟେକ ଓ ଫୁଣ୍ଟା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପୁଣ୍ଟା ଦଳ ୬ ଉଇକେଟରେ ଚାମ୍ପିୟନ ଘୋଷିତ ହୋଇଥିଲେ । ଏଥିରେ ପ୍ରଶାନ୍ତ ମହାନ୍ତିଙ୍କୁ ମ୍ୟାନ ଅଫ ଦି ସିରିଜ, ଚିତ୍ତରଞ୍ଜନ ପାଣିଗ୍ରାହୀ ଶ୍ରେଷ୍ଠ ବୋଲର ଏବଂ ସୁଜିତ ଖିଲର ଶ୍ରେଷ୍ଠ ଫିଲଡର ଭାବେ ପୁରସ୍କୃତ ହୋଇଥିଲେ । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସଭାପତି ଅଶ୍ୱିନୀ ଦାସ ସଭାପତିତ୍ୱ କରିଥିବା ବେଳେ ସଂଗ୍ରାମ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ସଦସ୍ୟ ରାଜକିଶୋର ରଥ ,ବସନ୍ତ କର ,ବିପ୍ଳବ ଦାସ, ଦୀନେଶ ଖଣ୍ଡେଲୱାଲ, ସକିଲ ଅହମ୍ମଦ, ଜୀବନ ଦତ୍ତ, ସୋମାଦେବ ରାଉତ, ଅମିତାଭ ଦାସ, ଜିତେନ୍ଦୁ ନାୟକ, ସାଗର ରାଉତ, ମାନସ ସାହୁ ,ସତ୍ୟଜିତ ପରିଡ଼ା ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


