ବିଜେଡି ର ଗୋଟି ଚାଲାନାରେ କଂଗ୍ରେସ ଧରାଶାୟୀ : ସାନଖେମୁଣ୍ଡି ବ୍ଲକ୍ ରେ ସିମାଞ୍ଚଳ ହେଲେ ବ୍ଲକ ଅଧ୍ୟକ୍ଷ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ସାନଖେମୁଣ୍ଡି କଂଗ୍ରେସ ଧରାଶାୟୀ ବିଜେଡ଼ିର ଗୋଟିଚାଲାନା ଆଗରେ ଫେଲ ମାରିଛି । ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ନିର୍ବାଚିତ ସମିତି ସଭ୍ୟ ଙ୍କୁ ଅଜ୍ଞାତବାସ ରଖି ବିଜେଡି ଓ କଂଗ୍ରେସ ଅଧକ୍ଷ ପଦ ହାତେଇବା ପାଇଁ ନିଜ ନିଜର ରଣକୌଶଳ ପ୍ରସ୍ତୁତ ଚଳାଇଥିଲେ । ତାହାର ଆଜି ଅନ୍ତ ଘଟିଛି। ବହୁ ପ୍ରତିକ୍ଷିତ ପଞ୍ଚାୟତ ସମିତି ଅଧକ୍ଷ ପଦ ହାତେଇବା ପାଇଁ ପ୍ରୟାସ କରି ଶେଷରେ କଂଗ୍ରେସ କୁ ନିରାଶ ହେବାକୁ ପଡ଼ିଛି।ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ପାଇଁ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ସ୍ଥାନୀୟ ବ୍ଲକ ସଭାଗୃହରେ ହୋଇଥିବା ନିର୍ବାଚନରେ ବ୍ଲକର ସମସ୍ତ ୨୬ ଜଣ ସମିତି ସଭ୍ୟାସଭ୍ୟ ଉପସ୍ଥିତରହିଥିବା ଜଣାପଡ଼ିଛି। ଶେରଗଡ଼ ଗୋଷ୍ଠି ଉନ୍ନୟନ ଅଧିକାରୀ ଶମ୍ଭୁ ନାଥ ନନ୍ଦି ନିର୍ବାଚନ ଅଧିକାରୀ ଭାବେ ପରିଚାଳନା କରିଥିଲେ। ବିଜେଡି ତରଫରୁ ପଟିଗୁଡ଼ା ପଞ୍ଚାୟତ ସମିତି ସଭ୍ୟ ସିମାଞ୍ଚଳ ପାତ୍ର ପାର୍ଥି ପତ୍ର ଦାଖଲ କରିଥିବା ବେଳେ କଂଗ୍ରେସ ପକ୍ଷରୁ ଏସ.ଗୋପାଳପୁର ସମିତି ସଭ୍ୟ ନାରାୟଣ ପ୍ରଧାନ ପାର୍ଥି ପତ୍ର ଦାଖଲ କରିଥିଲେ l ବିଜେଡି ପକ୍ଷରୁ ୧୭ ସମିତି ସଭ୍ୟ ସିମାଞ୍ଚଳ ପାତ୍ର ଙ୍କୁ ସମର୍ଥନ ଜଣାଇ ଭୋଟ ଦେଇଥିବା ବେଳେ ନାରାୟଣ ପ୍ରଧାନ ଙ୍କୁ ୯ ଜଣ ସମିତି ସଭ୍ୟ ସମର୍ଥନ କରିଥିଲେ l ନୂତନ ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ପଟିଗୁଡ଼ା ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ନବନିର୍ବାଚିତ ସମିତି ଅଧ୍ୟକ୍ଷ ଙ୍କୁ ଭୁବନେଶ୍ଵର ମଧ୍ୟ ବିଧାୟକ ତଥା ସାନଖେମୁଣ୍ଡି ପର୍ଯ୍ୟବେକ୍ଷକ ଅନନ୍ତ ନାରାୟଣ ଜେନା, ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ,ପ୍ରଚାର କମିଟି ଅଧକ୍ଷ ଯୋଗେନ୍ଦ୍ର ସ୍ୱାଇଁ, ବ୍ଲକ୍ ବିଜେଡି ସଭାପତି ନୀଳମାଧବ ରାଉତ, ଅଧକ୍ଷ ଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଞ୍ଚଳ ବାସୀଙ୍କୁ ସାଧୁବାଦ୍ ଜଣାଇଛନ୍ତି।୫୯ ନମ୍ବର୍ ଜିଲ୍ଲା ପରିଷଦ ସଭ୍ୟ ବିଜୟ ପ୍ରଧାନ, ୬୦ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ମାମୀନି ପାତ୍ର, ୬୧ ନମ୍ବର୍ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ, ୬୨ ନମ୍ୱର ଜିଲ୍ଲା ପରିଷଦ ସଭ୍ୟା ଶୁଲତା ରାଣୀ ସ୍ଵାଇଁ, ନବ ନିର୍ବାଚିତ ସରପଞ୍ଚ ଙ୍କ ସମେତ ବହୁ ବିଜେଡି କର୍ମୀ ଧନ୍ୟବାଦ ଦେବା ସହିତ ଅଞ୍ଚଳର ବିକାଶ ପାଇଁ କାମ କରିବାକୁ କହିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ