ଗଂଜାମ ବିଜେପି ନିର୍ବାଚନ କାର୍ଯ୍ୟାଳୟ ଉଦଘାଟିତ
ଗଂଜାମ, (ବିନୋଦ ପଲାଇ) :ଗଞ୍ଜାମ ସହରସ୍ଥିତ ବଡ଼ବଜ଼ାର ଠାରେ ବିଜେପି ନିର୍ବାଚନୀ କାର୍ଯ୍ୟାଳୟ ଉଦଘାଟ ହୋଇଛି l ବିଜେପି ବିଧାୟକ ପାର୍ଥି ପ୍ରଶାନ୍ତ କୁମାର କର ଯୋଗଦେଇ ଉଦଘାଟନ କରିଥିଲେ । ପୁର୍ବତନ କାଉନସିଲର ଡି.କେ.ରାୟଙ୍କ ସ୍ତ୍ରୀ ତଥା ଅଧ୍ୟକ୍ଷ ପାର୍ଥି ଡି.ସାଇ ପ୍ରମିଳାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ପୁର୍ବତନ ବ୍ଲକ ଅଧ୍ୟକ୍ଷ, ପ୍ରଶାନ୍ତ କୁମାର ନାୟକ, କାଉନସିଲର ପାର୍ଥି ସ୍ଵାଗତିକା ଦାଶ, ମଣ୍ଡଳ ଉପସଭାପତି ଗୁରୁ ଚରଣ ରାଉଳ, ଯୁବ ମୋର୍ଚ୍ଚା ଉପ ସଭାପତି ରଘୁନାଥ ରେଡ୍ଡୀ, ବୃନ୍ଦାବନ ବେହେରା ବି ଏମ୍ ଏସ ସହ ବହୁ କର୍ମୀ ଉପସ୍ଥିତ ଥିଲେ l


