ରଘୁନାଥପୁର ଗ୍ରାମରେ କଳାକନା ବୁଲାଇ ସୁନା ଓ ଟଙ୍କା ଲୁଟିଲେ ଦୁବୃର୍ତ୍ତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ପାଟପୁର ଥାନା ଅନ୍ତର୍ଗତ ଏସ୍ . ରଘୁନାଥପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଚୋରି ହୋଇଥିବା ଜଣାପଡୁଛି। ଜଣେ ବୃଦ୍ଧଙ୍କୁ ସର୍ବସ୍ବାନ୍ତ କରିଦେଇଛନ୍ତି ଲୁଟେରା । ଘରୁ ଟଙ୍କା , ସୁନା ସମେତ ରୂପା ଚୋରାଇ ନେଇଥିବା ଜଣାପଡିଛି । ସାନଖେମୁଣ୍ଡି ବ୍ଲକ ଜିଉରା ପଞ୍ଚାୟତ ଅନ୍ତର୍ଗତ ଉକ୍ତ ଗ୍ରାମରେ ବାସ କରୁଥିବା ଖତୀଆ ପାଣିଗ୍ରାହୀ ଏକାକୀ ରହୁଥିବା ବେଳେ ଗତକାଲି ରାତିରେ ଘର ତାଲା ପକାଇ ଖୋଲଡି ଗ୍ରାମରେ ଚାଲିଥିବା ଭାଗବତ ମଣ୍ଡଳ ଉତ୍ସବକୁ ଯାଇଥିଲେ । ରାତି ବିଳମ୍ବ ହେବାରୁ ଘରକୁ ଫେରି ନଥିଲେ । ଘରେ କେହି ନଥିବା ସୁଯୋଗ ନେଇ ଲୁଟେରା ମାନେ ଘର କବାଟ ଭାଙ୍ଗି ଆଲମାରୀ ରେ ଥିବା ୫ ଭରି ସୁନା ଅଳଙ୍କାର ରୂପା ୧୫ ତୁଳା ସମେତ ଧାନ ବିକ୍ରି କରି ରଖିଥିବା ନଗଦ ୪୫ ହଜାର ଟଙ୍କା ଚୋରି କରି ନେଇଥିବା କହିଛନ୍ତି ଲୁଟର ଶିକାର ହୋଇଥିବା ଶ୍ରୀ ପାଣିଗ୍ରାହୀ । ଆଜି ସକାଳୁ ଘରକୁ ଆସି ଦେଖିବା ପରେ ଘର ତାଲା ଭାଙ୍ଗିବା ସହ ଘରର ଆସବାବପତ୍ର ଜିନିଷ ଏଣେତେଣେ ପଡ଼ିଥିଲା । ଏଥିସହ ଆଲମାରୀର ଥିବା ସୁନା , ରୂପା ଓ ଟଙ୍କା ନଥିବାରୁ ସାହି ପଡୋଶୀଙ୍କୁ ଜଣାଇଥିଲା । ବିଶେଷ ସୁତ୍ରରୁ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ସହ ତଦନ୍ତ ଚଳାଇ ଫେରିଥିଲା । ଏହାପରେ ଶ୍ରୀ ପାଣିଗ୍ରାହୀ ବୁଧବାର ସକାଳୁ ପୋଲିସ ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ