ମା ସାରଦାଦେବୀ ରେ ବାର୍ଷିକ ଉତ୍ସବ 

ଧମାନଗର (ସନ୍ତୋଷ କୁମାର ପ୍ରଧାନ) :-ଧାମନଗର ବ୍ଲକସ୍ଥିତ କୋଠାର ଯୁକ୍ତ ଦୁଇ ସାରଦା ଦେବୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ବମ୍ବର ଦାସ ପୌରହିତ୍ୟ କରିଥିଲେ । ସେବାନିବୃତ୍ତ ଅଧ୍ୟାପକ ଅର୍ଥନୀତିଜ୍ଞ ଡ଼ ବଳରାମ ମିଶ୍ର,ପରିଚାଳନା କମିଟିର ସଦସ୍ୟ ପ୍ରାକ୍ତନ ସାଂସଦ ମଙ୍ଗରାଜ ମଳିକ, ବରିଷ୍ଠ କଂଗ୍ରେସ ନେତା ନାରାୟଣ ଚନ୍ଦ୍ର ପାଢ଼ୀ,ନରେନ୍ଦ୍ର ମଲ୍ଲିକ,ଯୁକ୍ତ ତିନି ସାରଦା ଦେବୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟବ୍ରତ ଭାରତୀ,କବି ଦୟାନିଧି ମିଶ୍ର, ସରପଞ୍ଚ ମହେଶ୍ୱତା ମହାଳିକ ପ୍ରମୂଖ ଅତିଥୀ ଭାବରେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବାଣିଜ୍ୟ ବିଭାଗର ଅଧ୍ୟାପକ ଶ୍ରୀଧର ସାହୁ ସଭାକୁ ସଞ୍ଚାଳନ କରିଥିବା ବେଳେ ବରିଷ୍ଠ ଅଧ୍ୟାପକ ଭଜହରି ଘଡେଇ ଅତିଥୀ ପରିଚୟ ପ୍ରଦାନ କରିଥିଲେ।ସଂସ୍କୃତ ବିଭାଗର ଅଧ୍ୟାପକ ରବୀନ୍ଦ୍ର କୁମାର ପାଣିଗ୍ରାହୀ ବେଦ ପାଠ କରିଥିଲେ।ବାର୍ଷିକ ଉତ୍ସବ ମଞ୍ଚରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତା ସଦସ୍ୟ ଉପଦେଷ୍ଟା ମାନଙ୍କ ସହ ନବ ନିର୍ବାଚିତ କୋଠାର ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଅତିଥୀ ଏବଂ ଅଧ୍ୟାପକ ମାନଙ୍କ ଦ୍ୱାରା ମହାବିଦ୍ୟାଳୟର ମୁଖପତ୍ର ସାରଦା ଉନ୍ମୋଚିତ ହୋଇଥିଲା।ଅଧ୍ୟାପକ ଗଦାଧର ସାହୁ ଧନ୍ୟବାଦ ଦେଇଥିଲେ।ଅଧ୍ୟାପିକା ମନୋରମା ନାୟକ,ଅପର୍ଣ୍ଣା ପଣ୍ଡା,ପୁଷ୍ପାଞ୍ଜଳି ରାଉତ,ଅଧ୍ୟାପକ ଗୌରାଙ୍ଗ ଚରଣ ଭୂୟାଁ,ପ୍ରଭାତ ଧଳ,ଅରବିନ୍ଦ ନାୟକ,ନାରାୟଣ ରାଉତରାୟ ପ୍ରମୂଖ ଉପସ୍ଥିତ ଥିଲେ।ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ ହୋଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ