ଏମ୍ସ ସେଟଲାଇଟ ଓପିଡି କାର୍ଯ୍ୟକ୍ଷମ ଦାବିରେ ସ୍କାରକପତ୍ର

ବାଲେଶ୍ୱର, (ସରୋଜ ପଣ୍ଡା) :ନିର୍ମାଣ କାର୍ଯ୍ୟ ଶେଷକୁ ଦୀର୍ଘଦିନ ବିତିଯାଇଥିଲେ ବି ଏମସ ସେଟେଲାଇଟ ସେଣ୍ଟର ବହିଃବିଭାଗ କାର୍ଯ୍ୟକ୍ଷମ ନ ହେବାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି ହୋଇଛି । ଏନେଇ କମିଟିର ସଭାନେତ୍ରୀ ମମତା ମହାପାତ୍ର ଓ ଆଜୀବନ ସଦସ୍ୟା ଗୀତାଞ୍ଜଳି ସିଂହ ଏମ୍ସ ନିର୍ଦ୍ଦେଶକ ଡାକ୍ତର ମୁକେଶ ତ୍ରିପାଠୀଙ୍କୁ ଗୁରୁବାର ସାକ୍ଷାତ କରିଛନ୍ତି । ଏହି ଅବସରରେ କମିଟି ପକ୍ଷରୁ ଏକ ଦାବିପତ୍ର ଡାକ୍ତର ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଥିଲା । ଏମ୍ସ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଓ ସେ ଆସନ୍ତା ମାସ ପ୍ରଥମ ସପ୍ତାହରେ ବାଲେଶ୍ୱର ଗସ୍ତ କରି ଓପିଡି ସେଣ୍ଟର ଖୁବ ଶୀଘ୍ର କାର୍ଯ୍ୟକ୍ଷମ ଦିଗରେ ଉଚିତ ପଦକ୍ଷେପ ନେବେ ବୋଲି ଡାକ୍ତର ତ୍ରିପାଠୀ ପ୍ରତିଶ୍ରୁତି ଦେଇଥିବା କ୍ରିୟାନୁଷ୍ଠାନ କମିଟିର ଜନସମ୍ପର୍କ ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ ସୂଚନା ଦେଇଛନ୍ତିି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ