ମହାବୀର ଙ୍କ ପଞ୍ଚମ ବାର୍ଷିକ ଉତ୍ସବ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ଆକୁଲିକଣା ଠାରେ ରାମ ଭକ୍ତ ହନୁମାନଙ୍କ ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି । ଏଥିରେ ମନ୍ଦିର ଗ୍ରାମର ଦେବେନ୍ଦ୍ର ବରାଳ ଓ ଵିଦୁତପ୍ରଭା ବରାଳ ସଂକଳ୍ପ କର୍ତ୍ତା ଭାବେ ଦାୟିତ୍ଵ ତୁଲାଇଥିଲେ। ବ୍ରାହ୍ମଣ ନନ୍ଦକିଶୋର ତ୍ରିପାଠୀ ଓ ଶରତ ମିଶ୍ର ଦିବସ ଭରି ବୈଦିକ ରୀତିରେ ମହାଵୀରଙ୍କ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ସନ୍ଧ୍ୟାରେ ପ୍ରଦୀପ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସରପଞ୍ଚ ରଞ୍ଜନ ପରିଡ଼ା, ସମାଜସେବୀ ଅମୂଲ୍ୟ ସେଠୀ, ସାମ୍ବାଦିକ ଦୁର୍ଯୋଧନ ଲେଙ୍କା, ସାମାଜିକ କର୍ମୀ ନରେନ୍ଦ୍ର ସ୍ଵାଇଁ ପ୍ରମୁଖ ଯୋଗଦେଇ ବୈଦିକ ଉତ୍ସବ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଯୁବନେତା ଶିବାନୀ ସ୍ଵାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପରେ କଥାକାର ବିଶ୍ଵନାଥ ଶତପଥି ଓ ସାଥିମାନଙ୍କ ଦ୍ବାରା ରାମଚରିତ ପ୍ରବଚନ ପରିବେଷଣ ହୋଇଥିଲା। ଉତ୍ସବକୁ ମାନସ ସାହୁ,କାଳିଆ ମହାନ୍ତି, ପ୍ରଶାନ୍ତ ସ୍ଵାଇଁ, ଲକ୍ଷ୍ମୀଧର ସେଠୀ, ଦେବେନ୍ଦ୍ର ସେଠୀ, ଖିରୋଦ ସ୍ଵାଇଁ, ଦେବେନ୍ଦ୍ର ବରାଳ, ପ୍ରତାପ ବରାଳ,କିଶୋର ବାରିକ, ହରେକୃଷ୍ଣ ସ୍ଵାଇଁ, ସଞ୍ଜୟ ସେଠୀ, ବିଦ୍ୟାଧର ସେଠୀ, ଧରଣୀଧର ସେଠୀ ପ୍ରମୁଖ ଗ୍ରାମବାସୀ ପରିଚାଳନା କରିଥିଲେ ।


