ସମବାୟ କର୍ମଚାରୀଙ୍କ ଅକାଳ ବିୟୋଗ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣ ବାଡ଼ ପଞ୍ଚାୟତ ରେଵୋ ଗ୍ରାମର ମିଷ୍ଟଭାଷୀ ଯୁବକ ଆଶୁତୋଷ ପଣ୍ଡାଙ୍କ (୨୪)ର ଆଜି ଅକାଳ ବିୟୋଗ ଘଟିଛି।ଗତ ସୋମବାର ରାତି ପ୍ରାୟ ନଅଟା ବେଳେ ଆଶୁତୋଷ ମାଳଦା ସେବା ସମବାୟ ସମିତି ରୁ କାର୍ଯ୍ଯ ସାରି ଘରକୁ ଫେରୁଥିବା ବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇଥିଲେ। ପ୍ରଥମେ ଯାଜପୁର ଓ ପରେ କଟକ ମେଡିକାଲ ଠାରେ ତାଙ୍କୁ ଚିକିତ୍ସା କରାଯାଉଥିବା ବେଳେ ଗୁରୁବାର ରାତିରେ ସେ ମୃତ୍ୟୁବରଣ କରିଛନ୍ତି। ଖବର ପାଇ ସମବାୟ ବିଭାଗର କର୍ମଚାରୀ ଗଣ ଓ ସ୍ଥାନୀୟ ଜନସାଧାରଣ ରେଵୋ ଠାରେ ପହଞ୍ଚି ମରଶରୀର ଶେଷ ଦର୍ଶନ କରିବା ସହିତ ଅମର ଆତ୍ମାର ସଦଗତି ପାଇଁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସ୍ବର୍ଗତ ପଣ୍ଡା ସମିତି ରେ କମ୍ପ୍ୟୁଟର ଅପେରଟର ଭାବେ ଦୀର୍ଘ ଦିନ ହେବ କାମ କରୁଥିଲେ । ତାଙ୍କର ଅଚାନକ ମୃତ୍ୟୁକୁ ନେଇ ଗାଁ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।


