ଛତ୍ରପୁର ବ୍ଲକର ନିବ ନିର୍ବାଚିତ ଅଧ୍ୟକ୍ଷା କିରନ କୁମାରୀ ଦାସଙ୍କ ଦାୟିତ୍ୱ ଗ୍ରହଣ
ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ବ୍ଲକର ନବନିର୍ବାଚିତ ଅଧ୍ୟକ୍ଷା କିରନ କୁମାରୀ ଦାସ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପରେ ସେ କହିଥିଲେ ଯେ ଛତ୍ରପୁର ବ୍ଲକ କିପରୀ ଏକ ଶ୍ରେଷ୍ଠ ବ୍ଲକ ଭାବେ ପରିଗଣିତ କରାଯିବ ସେଥି ନିମନ୍ତେ କାର୍ଯ୍ୟ ଜାରିରହିବ । ଏଥି ନିମନ୍ତେ ସମସ୍ତଙ୍କ ସହଯୋଗ ମଧ୍ୟ କାମନା କରିଥିଲୋ ଏହି ଅବସରରେ ତାଙ୍କୁ ପ୍ରଥମେ ଛତ୍ରପୁର ବିଡିଓ ଶାରଦା ପ୍ରସନ୍ନ ପଣ୍ଡା , ବ୍ଲକର ସମସ୍ତ କର୍ମଚାରୀ ଓ ସମସ୍ତ ପଞ୍ଚାୟତ ପ୍ରତିନିଧୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେଅନ୍ୟମାନଙ୍କ ମଧ୍ୟ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମୁନା ଦାସ, ଶ୍ରମିକନେତା ତଥା ପୂର୍ବତନ ସମିତି ସଭ୍ୟ ଏନ.ଦୁର୍ଯ୍ୟୋଧନ ରେଡ୍ଡୀ, ଅଶୋକ କୁମାର ପାଣିଗ୍ରାହୀ, ଏସ.କିଶୋର ରେଡ୍ଡୀ, ଜ୍ୟୋତିରଂଜନ ସାହୁ, ଚମାଖଣ୍ଡି ସରପଞ୍ଚ ସିଏଚ.ମନୋଜ କୁମାର ରେଡ୍ଡୀ, ଯୁବନେତା ବିମଳକୁମାର ପଣ୍ଡା, ବି.ଚନ୍ଦ୍ରମଣି ପାତ୍ରଙ୍କ ସମେତ ବହୁ ବିଜୁ ଜନତା ଦଳ ଏବଂ ଅନ୍ୟ ଦଳର ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।


