ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କସ୍ ଆସୋସିଏସନ ଗଂଜାମ ଜିଲ୍ଲା ପକ୍ଷରୁ : ମୁଖ୍ୟମନ୍ତ୍ରୀ ଓ ଗଂଜାମ ଜିଲ୍ଲାପାଳଙ୍କ ଉ୍ଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା) :କରୋନା ମହାମାରୀ ସଙ୍କଟମୟ ପରିସ୍ଥିତି ମଧ୍ୟରେ ଅନବରାତ ସେବା ଯୋଗାଇ କରୋନା ଯୋଦ୍ଧା ରୁପେ କାର୍ଯ୍ୟ କରି ମୃତ୍ୟୁବରଣ କରିଥିବା ଅଙ୍ଗନୱାଡି କର୍ମୀଙ୍କ ପରିବାରକୁ ଘୋଷଣା କରାଯାଇଥିବା ଆର୍ଥିକ ସହାୟତା ରାଶି ବାରମ୍ବାର ସଂଘ ପକ୍ଷରୁ ଦାବି କରାଯାଇଥିଲେ ସୁଦ୍ଧା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଦାନ କରାଯାଇପାରିନାହିଁ । ତେଣୁ ତୁରନ୍ତ ଉକ୍ତ ସହାୟତା ରାଶିକୁ ପ୍ରଦାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବା , ନୂତନ ଶିକ୍ଷା ନିତି ଅନୁଯାୟୀ ଅଙ୍ଗନବାଡିକର୍ମୀ ଓ ସହାୟିକା ଙ୍କ ଭୂମିକା ସରକାରଙ୍କ ତରଫରୁ ସ୍ପଷ୍ଟୀକରଣ କରାଯାଉ । ବାଲ୍ୟବିବାହ କାର୍ଯ୍ୟକ୍ରମରୁ ଅଙ୍ଗନବାଡି କର୍ମୀ ମାନଙ୍କୁ ବାଦ ଦିଆଯାଉ ଭଳି ୨୮ ଦଫା ଆଂଚଳିକ ଦାବି ଏବଂ ଅଙ୍ଗନବାଡି କ୍ଷେତ୍ରରେ ସ୍କ୍ରିମ ପ୍ରଥା ଉଚ୍ଛେଦ କରି ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରିବା ସହିତ ଚାକିରୀ ସର୍ତ୍ତାବଳୀକୁ ଲାଗୁକରିବା ଭଳି ୧୪ଦଫା ଦାବୀ ନେଇ ଆଜି ଭାରତୀୟ ମଜଦୂର ସଂଘର ସହ ବନ୍ଧିତ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ୍ ୱାର୍କସ୍ ଆସୋସିଏସନ ଗଂଜାମ ଜିଲ୍ଲା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହିତ ୧୪ଦଫା ସମ୍ବଳିତ ଦାବୀ ପତ୍ର ମୁଖ୍ୟମନ୍ତ୍ରୀ ଏବଂ ୨୮ଦଫା ସମ୍ବଳିତ ଦାବି ପତ୍ର ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ସଂଘ ପକ୍ଷୁର ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଙ୍କୁ ପ୍ରଦାନ କରାଯାଇଛି । ଆଗାମି ଦିନରେ ସେମାନଙ୍କ ଦାବିଗୁଡିକ ତୁରନ୍ତ କାର୍ଯ୍ୟକାରୀ କରାନଗଲେ ଆନ୍ଦୋଳନ କୁ ତୀବ୍ର କରାଯିବ ବୋଲି ମଧ୍ୟ ସେମାନେ ଚେତାବନି ଦେଇଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ସଂଘର ଜିଲ୍ଲା ସଭାନେତ୍ରୀ ରଞିତା କୁମାରୀ ରଥ ସମ୍ପାଦିକା ମଞୁବାଳା ପାଣିଗ୍ରାହୀ ,ଉପସଭାନେତ୍ରୀ ସୁବାସିନୀ ମିଶ୍ର , ସହସମ୍ପାଦିକା ହେମଲତା ଦେବୀ , ଓ ପ୍ରତିମାକୁମାରୀ ଦେବୀ , କୋଷାଧ୍ୟକ୍ଷା ସୁଲଚନା ରଥ , ରାଜ୍ୟ ସମ୍ପାଦିକ ଅମିତାସାହୁ , ଭାରତୀୟ ମଜଦୂର ସଂଘର ଗଂଜାମଜିଲ୍ଲା ସଂଯୋଜକ ଗୈାରୀ ପ୍ରସାଦ ପଟ୍ଟନାୟକଙ୍କ ସମେତ ସଂଘର ହଜାର ହଜାର ସଭ୍ୟାମାନେ ଉପସ୍ଥିତ ଥିଲେ ।


