ବାଲିକୁଦା ବ୍ଲକ ଅଧ୍ୟକ୍ଷ ଭାବେ କାର୍ଯ୍ୟ ଭାର ଗ୍ରହଣ କଲେ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପ୍ରଧାନ

ଜଗତସିଂହପୁର, (ଅନସୂୟା ରାଉତ) :-ଆଜି ବାଲିକୁଦା ବ୍ଲକ ଅଧ୍ୟକ୍ଷ ଭାବେ ଯୁବନେତା ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପ୍ରଧାନ ବିଧିବଦ୍ଧ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି । ନିଜର ସମର୍ଥକ, ସରପଞ୍ଚ ସମିତିସଭ୍ୟ ସଭ୍ୟା ମାନଙ୍କ ସହିତ ପଞ୍ଚାୟତ ସମିତି କର୍ଯ୍ୟାଳୟର ଅଧ୍ୟକ୍ଷ କକ୍ଷରେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ, ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ସମେତ ସମ ପଞ୍ଚାୟତ ସମିତିର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଶ୍ରୀଯୁକ୍ତ ପ୍ରଧାନ ବୃତ୍ତିଗତ ଭାବେ ଜଣେ ବିଚକ୍ଷଣ ଆଇନଜୀବି ଅଟନ୍ତି। ମନ୍ତ୍ରୀଙ୍କ ସହିତ ବିଜୁଜନତା ଦଳର ସାଂଗଠନିକ କାର୍ଯ୍ୟ ତଥା ନିର୍ବାଚନ ମଣ୍ଡଳୀର ୫୫ଗୋଟି ପଞ୍ଚାୟତର ଲୋକମାନଙ୍କ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିସ୍ବାର୍ଥ ସେବା କରୁଥିଲେ। ଗତ ସାଧାରଣ ନିର୍ବାଚନ ବେଳେ ମାନ୍ୟବର ମନ୍ତ୍ରୀଙ୍କୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।ଆଜି ପ୍ରତିକ୍ରିୟା ଦେଇ କହିଛନ୍ତି, ମୋ ବ୍ଲକକୁ ପ୍ରଥମେ ଦୁର୍ନୀତି ମୁକ୍ତ କରିବି। ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତଥା ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ ମହୋଦୟଙ୍କ ପରି ନିସ୍ବାର୍ଥ ପର ଭାବେ ଲୋକମାନଙ୍କ ସେବା କରିବି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ