ବିଷ ପିଇ ଯୁବକଙ୍କ ଆତ୍ମ ହତ୍ୟା
ଜଗତସିଂହପୁର (ଅନସୂୟା ରାଉତ) :-ବାଲିକୁଦା ଥାନା ଅନ୍ତର୍ଗତ କୁସୁପୁର ପଞ୍ଚାୟତ ତେନ୍ତୁଲିବେଲାରି ଗ୍ରାମର ଜୁମର ନାୟକ ବିଷ ପିଇ ଆତ୍ମ ହତ୍ୟା କରିଛନ୍ତି । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ପାଇଁ ଜୁମର ଏପରି ଚର୍ମ ପନ୍ଥା ବାଛିଥିଲେ। ସେ ଗତକାଲି ବିଳମ୍ବିତ ରାତିରେ ଅସୁସ୍ଥ ହୋଇ ବାନ୍ତି କରିଥିଲେ। ସେତିକିବଳେ ବିଷ ପିଇବା କଥା ମାନିଥିଲେ । ପରେପରେ ତାଙ୍କୁ ଜଗତସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ର ଆଣିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର କଟକ ବଡ ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ। ଆମ୍ବୁଲାନ୍ସ ଆସିବାର ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । କେସ୍ ନମ୍ବର ୨୩/୨୨ରେ ଅପମୃତ୍ୟୁ ଘଟଣାରେ ଶବ ବ୍ୟବଚ୍ଛେଦ ପରେ ଗ୍ରାମ ଶ୍ମଶାନରେ ଅନ୍ତିମ ସତ୍କାର କରାଯାଇଛି ।


