ଟ୍ରକକୁ ପିଟିଲା ବାଇକ୍ : ଦୁଇ ମୃତ ଜଣେ ଗୁରୁତର
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୃରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଟବାଦଡା ଫା ଣ୍ଡି ନିକଟସ୍ଥ ଜାତୀୟ ରାଜପଥ ୨୨୦ ନମ୍ବର ରାଇରଙ୍ଗପୁର -ଯଶିପୁର ରାସ୍ତା ଗୋପାଳପୁର ଛକରେରେ ଠିଆ ହୋଇଥିବା ସିମେଣ୍ଟ ଟ୍ରକ (ଓଡି ୧୧ ଏ ୪୬୭୯)କୁ ଭାରସାମ୍ୟ ହରାଇ ଏକ ବାଇକ୍ (ଓଡି୧୧ଡି ୮୮୬୨) ସାମ୍ନା ପଟୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ ରେ ଥିବା ୩ ଜଣ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ ।ଘଟଣାଟି ଶୁକ୍ରବାର ରାତି ୧୦ଟା ପାଖାପାଖି ସମୟରେ ଘଟିଥିଲା ।ସଙ୍ଗେ ସଙ୍ଗେ ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ।୩ଜଣ ଯାକ ମହିଷାନେଦା ଗ୍ରାମର ।ମୃତକ ହେଲେ ମହିଷାନେଦା ଗ୍ରାମର ଶ୍ୟାମ ମୁର୍ମୁ (୨୨) ପିତା ସ୍ବର୍ଗତ ଡାକ୍ତର ମୁର୍ମୁ,ଭଗବାନ ମୁର୍ମୁ (୨୫) ପିତା ସ୍ବର୍ଗତ ବାଲା ମୁର୍ମୁ,ଗୁରୁତର ଜଣକ ହେଲେ ନାରାନ ସୋରେନ । ଗୁରୁତର ଥିବା ଯୋଗୁଁ ନାରାନଙ୍କୁ ବାରିପଦା ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।ଖବର ଶୁଣି ଗାଁ ରେ ଶୋକାକୁଳ ପରିବେଶ ହୋଇ ଉଠିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ଅପମୃତ୍ଯୁ ମାମଲା କେଶନମ୍ବର ୫୯ ରୁଜୁ କରି ତଦନ୍ତ କରୁଛି । ଶନିବାର ଦିନ ହାଟବାଦଡା ଫାଣ୍ଡି ଅଧିକାରୀ ରଘୁନାଥ ଦେହୂରୀ ମୃତକଙ୍କୁ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।


