ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ: ଥାନାରେ ଅଭିଯୋଗ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ଭଦ୍ରକ ଜିଲ୍ଲା କଳିଗାଁର ଜଣେ ବ୍ୟକ୍ତି ନିଜ ବନ୍ଧୁ ଘରକୁ ଯାଉଥିବା ସମୟରେ ଏକୁଟିଆ ପାଇ ବିଷ୍ଣୁପୁର ଗ୍ରାମର କିଛି ଯୁବକ ସଂଘବଦ୍ଧ ଭାବରେ ଆକ୍ରମଣ କରି ଆହତ କରିଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ତିନିମାସ ତଳେ ରାସ୍ତାରେ ସାଇଟ ନଦେବାକୁ ନେଇ ଶାଳଣିଆଁ ବିଷ୍ଣୁପୁର ଗ୍ରାମର କିଛି ଯୁବକଙ୍କ ସହିତ କଳିଗାଁ, ଇଛାପୁର ଗ୍ରାମର କିଛି ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ପରେ ଅବଶ୍ୟ ଉଭୟ ପକ୍ଷର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଏହାର ସମାଧାନ ହୋଇଥିଲା । କିନ୍ତୁ ଗତକାଲି ଇଛାପୁର ଗ୍ରାମର ବସନ୍ତ ପତି ନାମକ ଜଣେ ବ୍ୟକ୍ତି ସମଣାସ୍ଥିତ ନିଜ ବନ୍ଧୁ ଘରକୁ ବାଇକ ଯୋଗେ ଯାଉଥିବା ସମୟରେ ବିଷ୍ଣୁପୁରର କିଛି ଯୁବକ ତାକୁ ଷଡଙ୍ଗ ଗେଟ ପାଖରେ ଅଟକାଇ ପ୍ରବଳ ମାଡ ମାରିଥିଲେ । ଫଳରେ ତାଙ୍କ ମୁଣ୍ଡ ଓ ମୁହଁରେ କ୍ଷତ ହୋଇଥିଲା । ସେ ଆଉ ବନ୍ଧୁ ଘରକୁ ନଯାଇ ଫେରିଆସି ଡାକ୍ତରଖାନାରେ ଚିକିତ୍ସିତ ହେବାପରେ ଆଜି ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗ ପାଇବାପରେ କେସନଂ ୧୧୪/୨୦୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ