ଆଖୁଆପଦା ଠାରେ ପାଠ୍ୟ ଉପକରଣ ବଣ୍ଟନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ବିଦ୍ୟାଳୟ ଠାରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି।ନେରଡା ପଞ୍ଚାୟତ ଶିକ୍ଷା ଉପଦେଷ୍ଟା କମିଟି ପକ୍ଷରୁ ସରପଂଚ ଦେବଦାସୀ ଜେନା ମ୍ୟାଟ୍ରିକ ବିଦ୍ୟାର୍ଥୀ ଙ୍କୁ ଏହି ଉପକରଣ ବିତରଣ କରିଛନ୍ତି। ଶିକ୍ଷାବିତ ଅର୍ଜୁନ ଚରଣ ବରାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସିଆରସି ପୁଷ୍ପକ ଚନ୍ଦ୍ର ଭାରତୀ ଯୋଗଦେଇ ସରପଞ୍ଚ ଶ୍ରୀମତୀ ଜେନାଙ୍କ ଏତାଦୃଶ କାର୍ଯ୍ୟକୁ ସାଧୁବାଦ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷା ଉପଦେଷ୍ଟା କମିଟି ସଦସ୍ୟ ଶରତ ଚନ୍ଦ୍ର ଜେନା, ପ୍ରଧାନ ଶିକ୍ଷକ ଧନେଶ୍ଵର ସାହୁ, ବିଭୂତି ଭୂଷଣ ମହାନ୍ତି, ଦୀପ୍ତି ପ୍ରଭା ଵେହୁରିଆ, ଗାୟତ୍ରୀ ସାହୁ, ଲକ୍ଷ୍ମୀ ପ୍ରଭା ଶତପଥି ଏଥିରେ ଉପସ୍ଥିତ ଥିଲେ ।


