ଜଳସମ୍ପଦ ବିଭାଗ କର୍ମଚାରୀଙ୍କ ଅକାଳ ବିୟୋଗ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଜଗନ୍ନାଥ ପ୍ରସାଦ ଗ୍ରାମ ନିବାସୀ ତଥା ଆଖୁଆପଦା ଜଳସମ୍ପଦ ବିଭାଗର କାର୍ଯ୍ୟରତ ବିଶ୍ଵସ୍ତ କର୍ମଚାରୀ ପ୍ରମୋଦ କୁମାର ଦାସଙ୍କ ଅକାଳ ବିୟୋଗ ଘଟିଛି। ପ୍ରମୋଦ ଗତ ଶୁକ୍ରବାର ଅପରାହ୍ନରେ ସ୍କୁଟି ଯୋଗେ ସରକାରୀ କାମରେ ଯାଜପୁର ଜଳସମ୍ପଦ ବିଭାଗ ମୁଖ୍ୟ କାର୍ଯ୍ୟାଳୟ କୁ ଯାଉଥିଲେ।ଏହି ସମୟରେ ବୈତରଣୀ ନଦୀ ବନ୍ଧର କୋରକରା ଜେନା ସାହି ଠାରେ ଏକ ଦ୍ରୁତଗାମୀ ମୋଟରସାଇକେଲ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ପ୍ରମୋଦଙ୍କୁ ଯାଜପୁର ଓ ପରେ କଟକ ମେଡିକାଲ ପଠାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟା ପ୍ରାୟ ୭.୩୦ମିନିଟ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ଜଣା ପଡ଼ିବା ପରେ ଗାଁ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ବର୍ଗତ ଦାସ ବିଭାଗର ଜଣେ ବିଶ୍ଵସ୍ତ କର୍ମଚାରୀ ସହିତ ସ୍ଥାନୀୟ ଅଞ୍ଚଳରେ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ। ମୃତ୍ୟୁ ଖବର ପାଇ ସ୍ଥାନୀୟ ସରପଞ୍ଚ ଅକ୍ଷୟ ତ୍ରିପାଠୀ, ଦେବଦାସୀ ଜେନା, ସାମାଜିକ କର୍ମୀ ପର୍ଶୁରାମ ପଣ୍ଡା, ସୋମ୍ୟରଞ୍ଜନ ଜେନା, ଦେବୀପ୍ରସାଦ ଦାସ, ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ଜଗନ୍ନାଥ ପ୍ରସାଦ ଠାରେ ପହଞ୍ଚି ପାର୍ଥିବ ଶରୀର ଶେଷ ଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ