ପାଟପୁର ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ଶିବିର ଉଜ୍ଜାପିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟରେ +୨ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଗତ ଆଠ ଦିନ ଧରି ଆରମ୍ଭ ହୋଇ ବୁଧୁବାର ରେ ଉଦଯାପିତ ହୋଇଯାଇଛି l ଉକ୍ତ ଉଦଯାପନୀ ଉତ୍ସବ ମହାବିଦ୍ୟାଳୟର ଅଧକ୍ଷ୍ୟା ଶ୍ରୀମତୀ ଡ଼ଃ ସୁଦଷ୍ଟା ଚୋଧୁରୀଙ୍କ ସଭାପତିତ୍ବ ରେ ଆରମ୍ଭ ହୋଇଥଲା l ମୁଖ୍ୟ ଅତିଥି ଭାବେ ପାଟପୁର ଥାନାର ଏସ ଆଇ ମିଲନ ପ୍ରଧାନ ଯୋଗଦେଇ ଏହି ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଦ୍ୱାରା ଛାତ୍ରୀମାନେ କିପରି ନିଜେ ନିଜକୁ ସୁରକ୍ଷା ଦେଇପାରିବେ ଆଜି କାଲି ନାରୀ ଦୂର୍ବଳା ନୁହଁନ୍ତି ନାରୀ ମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତ କୁ ଆଣିବା ପାଇଁ କଲେଗୁଡିକରେ ଆତ୍ମ୍ ସୁରକ୍ଷା ତାଲିମ ପ୍ରଦାନ କରାଯାଉଥିବା ଉପସ୍ଥିତ ମାଞ୍ଚାସୀନ ମାନେ ମତବ୍ୟକ୍ତ କରିଥିଲେ। କଲେଜର ଅଧ୍ୟାପକ ଡ଼ଃ କୈଳାସ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଆଜିର ସମାଜ ରେ ନାରୀମାନେ ଯେପରି ନିଜକୁ ଦୁର୍ବଳ ନଭାବି ରାକ୍ଷସ ରୁପି ପୁରୁଷ ମାନଙ୍କଠାରୁ ନିଜକୁ ସୁରକ୍ଷା ଦେଇପାରିବେ, ଆଉ ଆଜିର ଦିନରେ ନାରୀର ଭୂମିକା କଣ ତାରି ଉପରେ ମତବ୍ୟ ଦେଇ ଯୁବଛାତ୍ରୀ ମାନଙ୍କୁ ନିଜେ ନିଜର ସୁରକ୍ଷା କରିବା ପାଇଁ ଆହ୍ୱାନ ଦେଇଥିଲେ l ମିସ ଉଷା ଓ ମିସ ଚାନ୍ଦିନୀ ଦେବି ୪୨ଜଣ ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ତାଲିମ ଦେଉଥିଲେ l ଉକ୍ତ ଉତ୍ସବରେ କଲେଜର ଛାତ୍ରୀ ସନ୍ତୋଷିନୀ ମହାନ୍ତି, ସସ୍ମିତା ବିଷୋୟୀ,ଶିବାନୀ ସାହୁ,ସାଗରିକ ତ୍ରିପାଠୀ, ବବିତା ମଣ୍ଡଳ,ରାଜଲକ୍ଷ୍ମୀ ନାୟକ,କିରଣ କୁମାରୀ ସାହୁ,ସିଲୁ ଦାସଙ୍କ ସମେତ ଅନେକ ଛାତ୍ରୀ ନାରୀ ଜାଗରଣ ଉପରେ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ କରି ନୃତ୍ୟ ଓ ଭାଷଣ ଦେଇ ପୁରସୃତ ହୋଇଥିଲେ l ଉକ୍ତ କାର୍ଯ୍ୟକ୍ରମର କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଯୋଗଦେଇଥିଲେ l କାର୍ଯ୍ୟକ୍ରମକୁ ସୁଚାର ରୂପେ ମିସସ ସାଲିନି ବେହେରା ତୁଲାଇ ଥିଲେ l


