ମୟୁରଭଞ୍ଜ କେମିଷ୍ଟ ଓ ଡ୍ରଗିଷ୍ଟସ ଆସୋସିଏସନ କରଞ୍ଜିଆ ଶାଖା ଦ୍ୱାରା ରକ୍ତଦାନ ଶିବିର ଆୟୋଜିତ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :- ଚୌଧୁରୀ ପ୍ରବୀର ଦାସଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ବିଭିନ୍ନ ରୋଗୀଙ୍କ ନିମନ୍ତେ ରକ୍ତର ଅଭାବ କୁ ଦୃଷ୍ଟିରେ ରଖି ଦିବା୧୧ ଘଟିକା ସମୟରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ରକ୍ତ ଭଣ୍ଡାର ପରିସର ରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ମୟୁରଭଞ୍ଜ କେମିଷ୍ଟ ଓ ଡ୍ରଗିଷ୍ଟସ ଆସୋସିଏସନ ଦ୍ୱାରା ଆୟୋଜିତ ଏହି ରକ୍ତଦାନ ଶିବିର ଆସୋସିଏସନ ର ଇ. ସି ସଭ୍ୟ ସୁଧୀର କୁମାର ଭାରୁକାଙ୍କ ନେତୃତ୍ୱ ରେ ଆୟୋଜିତ ହୋଇଥିଲା I ଏହି କାର୍ଯ୍ୟକ୍ରମ ରେ କେନ୍ଦୁଝର ସାଂସଦ ଙ୍କ ପ୍ରତିନିଧି ଜିତେନ୍ଦ୍ର ରାଜ ଙ୍କ ସମେତ ଆସୋସିଏସନ ର ସଭ୍ୟ ତୁଳସୀ ମହାନ୍ତ,ଚିତ୍ତ ସାହା, ଗୋପାଳ ଅଗ୍ରୱାଲ, ରମାକାନ୍ତ ଘଣା, ଯୁବ ରେଡ଼କ୍ରସ ସଂଯୋଜକ ମାନସ ବେହେରା ଯୋଗ ଦେଇଥିଲେ ଉପଖଣ୍ଡ ଚିକିତ୍ସାଳୟ ର ଡାକ୍ତର ତଥା ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡ଼ ଗୌରାଙ୍ଗ ଚରଣ ନାୟକ ଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ରକ୍ତଦାତା ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ରକ୍ତସଂଗ୍ରହ କରାଯାଇଥିଲା I ରକ୍ତ ଭଣ୍ଡାର କର୍ମଚାରୀ କପିଳେନ୍ଦ୍ର ରାଉତ,ରଜତ ମହାକୁଡ଼, ବିପୁଲ ଭୋଇ,ମାନସ ବାରିକ, ସୁମନ୍ତ ମହାନ୍ତ ରକ୍ତସଂଗ୍ରହ ରେ ସହଯୋଗ କରିଥିଲେ । ମୟୁରଭଞ୍ଜ ଜିଲ୍ଲାର ବାରିପଦା, କରଞ୍ଜିଆ, ରାଇରଙ୍ଗପୁର, ଉଦଳା ଠାରେ ମଧ୍ୟ ରକ୍ତଦାନ ଶିବିର ଆଜି ଆୟୋଜିତ ହୋଇଥିବା ସୁଧୀର କୁମାର ଭାରୁକା ସୂଚନା ଦେଇଛନ୍ତି । ଏହି ରକ୍ତଦାନ ଶିବିର ରେ ଦେବାଶିଷ କର, ରତିକାନ୍ତ ଖାଟୁଆ,ବାପି ମହାନ୍ତ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରୁଥିବା ଦେଖାଯାଇଥିଲା ।


