ସ୍ୱେଛାସେବୀ ଅନୁଷ୍ଠାନ “ଭରସା ପରିବାର” ପକ୍ଷରୁ ଥଣ୍ଡା ପାନୀୟ ବଣ୍ଟନ ଓ ଜଳଛତ୍ର ଉଦଘାଟିତ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଟାଣ ଖରା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥବାରୁ । ଏହାକୁ ଲକ୍ଷରେ ରଖି ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳ ଛତ୍ର ବ୍ୟବସ୍ଥା କରାଯାଇଛି କୁ ଦୃଷ୍ଟିରେ ରଖି ଆଜି ପବିତ୍ର ଅକ୍ଷୟ ତୃତୀୟା ତଥା ଇଦ ଉପଲକ୍ଷେ ବିଭିନ୍ନ ଡାକ୍ତରଖାନା ରେ ତତ୍କାଳ ରକ୍ତର ଆବଶ୍ୟକତା ପୂରଣ କରୁଥିବା ସ୍ୱେଛାସେବୀ ଅନୁଷ୍ଠାନ “ଭରସା ପରିବାର”ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାର ପାଞ୍ଚପିଢ଼ ଉପଖଣ୍ଡ ର କରଞ୍ଜିଆ ବଜାର ତହସିଲ ଅଫିସ ସମ୍ମୁଖ ରେ ଏକ ଜଳଛତ୍ର ଉଦଘାଟିତ ହୋଇଛି । କରଞ୍ଜିଆ ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ରୂପେ କେନ୍ଦୁଝର ସାଂସଦ ଙ୍କ ପ୍ରତିନିଧି ତଥା “ଭରସା ପରିବାର” ର ଉପଦେଷ୍ଟା ଜିତେନ୍ଦ୍ର ରାଜ ଫିତା କାଟି ଜଳଛତ୍ର କୁ ଉଦଘାଟନ କରିଥିଲେ । ଏହି ଅବସର ରେ ଜନସାଧାରଣ ଙ୍କୁ ଦହି ସରବତ ଥଣ୍ଡା ପାନୀୟ ମଧ୍ୟ ବଣ୍ଟନ କରାଯାଇଥିଲା “ଭରସା ପରିବାର” ର ମହିଳା ସଭାନେତ୍ରୀ ଶ୍ରୀମତୀ ମାଳତୀ ମହାନ୍ତ, ସଂଯୋଜିକା ରଞ୍ଜନା ମହାନ୍ତ, ପାଞ୍ଚପିଢ଼ ସଭାପତି ସୁମନ୍ତ ମହାନ୍ତ ଙ୍କ ତତ୍ତ୍ୱବଧାନ ରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସର ରେ “ଭରସା ପରିବାର” ସଦସ୍ୟ ମାନେ ରକ୍ତଦାନ ର ଉପକାରିତା ସମ୍ବନ୍ଧରେ ରେ ଅବଗତ କରି ସଚେତନ କରିଥିଲେ । ଉଲ୍ଲେଖ ଯୋଗ୍ୟ ଯେ ସଂଗଠନ ଏଥି ପୂର୍ବରୁ ରକ୍ତଦାନ, ରକ୍ତଦାନ ପାଇଁ ସଚେତନତା, ବିଭିନ୍ନ ଗରିବ ପରିବାର ର ଶୁଦ୍ଧିକ୍ରିୟା ପାଇଁ ସହାୟତା କାର୍ଯ୍ୟକ୍ରମ ଜାରି ରଖିଛି ଏଭଳି ପ୍ରୟାସ କୁ ସାଧାରଣରେ ପ୍ରଶଂସା ସହିତ ସଂଗଠନ କୁ ସାଧୁବାଦ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ