ଗୋସ୍ୱାମୀ ତୁଳସୀ ଦାସ କୃତ ଶ୍ରୀରାମ ଚରିତ ନବାହ୍ନ ପାରାୟଣ କାର୍ଯ୍ୟକ୍ରମ
ଜଗତସିଂହପୁର, (ଅଭିଷେକ ତ୍ରିପାଠୀ ) :-ତିର୍ତ୍ତୋଲ ବେଲବଣ ପରିସରସ୍ଥ ଶ୍ରୀ ରାମ ମନ୍ଦିର ପ୍ରାଙ୍ଗଣ ରେ ନବଦିନ ବ୍ୟାପି ଗୋସ୍ଵାମି ତୁଳସୀ ଦାସ କୃତ ଶ୍ରୀରାମ ଚରିତ ମାନସ ପାରାୟଣ, ବୌଶାଖ ଶୁକ୍ଳ ସପ୍ତମୀ ଇଂରାଜି ମଇ ମାସ ତା୦୮/୦୫/୨୦୨୨ରିଖ ରେ ଆରମ୍ଭ ହୋଇଅଛି । ବ୍ୟାସ ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ ( ବୁଲୁ ନନା) ଦ୍ଵାରା ଉଦଘାଟିତ ଏହି କାର୍ଯ୍ୟକ୍ରମ ବୈଶାଖ ପୁର୍ଣ୍ଣମା ତା୧୬/୫/୨୦୨୨ରିଖ ଦିନ ସମାପ୍ତ ହେବ । ଦୈନିକ ସନ୍ଧ୍ୟାରେ ବ୍ୟାସ ରାମୟଣୀ ପଣ୍ଡିତ ଅଭୟ କୁମାର ଦାଶ ( ବୁଲୁ ନନା)ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ, ପ୍ରବକ୍ତା ପଣ୍ଡିତ ସାରଙ୍ଗ ଧର ଦାସ ପ୍ରବଚନ ଦେଉଛନ୍ତି । ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି ଗାନ୍ଧର୍ବ ବିଦ୍ୟା ବିଶାରଦ ହାରମିନିୟମ ବାଦକ ବଳରାମ ପରିଡ଼ା, ତବଲା ବାଦକ ସୁରେନ୍ଦ୍ର ସାହୁ । ସ୍ଥାନୀୟ ଗ୍ରାମବାସୀ ମାନଙ୍କ ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ପ୍ରବିତ୍ର ଶ୍ରୀରାମ ଚରିତ ମାନସ ମହାକାବ୍ଯ ଶ୍ରବଣ କରିବାର ସୌଭାଗ୍ୟ ଲାଭ କରୁଛନ୍ତି ।


