ଲାଞ୍ଚକାରବାର ମାମଲାରେ ପୂର୍ବତନ ସିଡିଭିଓଙ୍କୁ ଦଣ୍ଡିତ କଲେ ଭିଜିଲାନ୍ସ କୋର୍ଟ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲାର ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ଡ.ଜଳନ୍ଦର ମଲ୍ଲିକଙ୍କ ବିରୁଦ୍ଧରେ ଗତ ୩୦.୦୬.୨୦୧୧ତାରିଖରେ ମକଦ୍ଦମା ହୋଇଥିବା ଏକ ଲାଞ୍ଚକାରବାର ମାମଲାର ଶୁଣାଣି ବ୍ରହ୍ମପୁର ଭିଜିଲାନ୍ସ କୋର୍ଟରେ ବିଚାରଧିନ ଥିଲା | ଏହି ମାମଲାର ରାୟ ପ୍ରକାଶ ପାଇଛି | ବ୍ରହ୍ମପୁର ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ବିଚାରପତିଙ୍କ ରାୟ ଅନୁସାରେ ଡ.ଜଳନ୍ଧର ମଲ୍ଲିକଙ୍କୁ ୨ବର୍ଷ ପାଇଁ ସରଳ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାରଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆ ଯାଇଛି | ଜରିମାନା ବାବଦକୁ ଟଙ୍କା ପୈଠ ନକଲେ ଆଉ ଅତିରିକ୍ତ ୪ମାସ ସରଳ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟ ପ୍ରକାଶ ପାଇଛି | ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରେସ ଇସ୍ତହାରରେ ଉଲ୍ଲେଖ ରହିଛି ଯେ, ଗଜପତି ଜିଲ୍ଲାର ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ଡ. ମଲ୍ଲିକ ନିଜ ବିଭାଗର ଅଧିନସ୍ଥ କର୍ମଚାରୀ ଲାଇଭ ଷ୍ଟକ ଇନ୍ସପେକ୍ଟର ଗାଇବା ଜୀବଜନ୍ତୁ ସହାୟତା କେନ୍ଦ୍ରରୁ ସିଆଳି ଜୀବଜନ୍ତୁସହାୟତା କେନ୍ଦ୍ରକୁ ବଦଳି ଆଦେଶକୁ ନେଇ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ | ଲାଇଭଷ୍ଟକ ଇନ୍ସପେକ୍ଟର ଜଣକ ଏହାକୁ ନେଇ ଅମଙ୍ଗ ହୋଇ ଭିଜିଲାନ୍ସ ବିଭାଗରେ ଫେରାଦ ହୋଇଥିଲେ | ଏହାପରେ ଅବସରପ୍ରାପ୍ତ ସିଡିଭିଓଙ୍କୁ ଧରିବାପାଇଁ ଯୋଜନା ହୋଇଥିଲା | ଯୋଜନା ପ୍ରକାରେ ଲାଇଭଷ୍ଟକ ଇନ୍ସିପେକ୍ଟର ଜଣକ ୧୦ହଜାର ଟଙ୍କା ଦେଉଥିବା ସମୟରେ ଘଟଣାସ୍ଥଳରେହଁ ଭିଜିଲାନ୍ସ ଜଳନ୍ଧରଙ୍କୁ ଧରିଥିଲେ | ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୩୦.୦୬.୨୦୧୧ରେ ୩୦ନମ୍ବରରେ ଏକ ମାମଲା ରୁଜୁ ହୋଇ ମକଦ୍ଦମା ଚାଲୁ ରହିଥିଲା | ଏହି ମାମଲାକୁ ତତ୍କାଳୀନ ବ୍ରହ୍ମପୁର ଭିଜିଲାନ୍ସ ବିଭାଜନର ଇନ୍ସପେକ୍ଟର ରବିକାନ୍ତ ସୁନା ଯିଏକି ବର୍ତ୍ତମାନ କଟକ ଭିଜିଲାନ୍ସ ବିଭାଜନରେ କାର୍ଯ୍ୟରତ ଅଛନ୍ତି ସେ ତଦନ୍ତ କରିଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସର ସ୍ବତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ଓ ଅତିରିକ୍ତ ସ୍ବତନ୍ତ୍ର ପିପି ପି.କେ. ଦୋରା ଏହି ମାମଲାର ପରିଚାଳନା କରିଥିଲେ ।