ସେକ୍ୟୁର୍ ଲାଇଫ୍ ଚିଟଫଣ୍ଡ କେଳେଙ୍କାରୀ : ମ୍ୟାନେଜିଂ ଡାଇରେକ୍ଟର୍ କୋର୍ଟ୍ ଚାଲାଣ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ସେକ୍ୟୁର୍ ଲାଇଫ୍ ଚିଟଫଣ୍ଡ ଠକେଇ ମାମଲାରେ ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡା ଗ୍ରାମରୁ ଗୁଜୁରାଟ ପୋଲିସ ଓ ଗାଙ୍ଗପୁର ପୋଲିସ ମିଳିତ ଚଢଉ କରି ମ୍ୟାନେଜିଂ ଡାଇରେକ୍ଟର୍ ବବୃବାହାନ ନାୟକକୁ ରବିବାର ଗିରଫ କରିଥିବା ବେଳେ ଆଜି କୋର୍ଟଚାଲାଣ କରିଥିବା ଜଣା ପଡ଼ିଛି ଜଣାପଡିଛି । ମିଳିଥିବା ସୂଚନା ପ୍ରକାରେ 2010 ମସିହାରୁ ଅଭିଯୁକ୍ତ ଗାଙ୍ଗପୁର ଥାନା ଅନ୍ତର୍ଗତ ଲୁଦୁଲୁଦି ଗ୍ରାମର ବବୃ୍ବାହନା ନାୟକ ସେବି ଠାରୁ ଅନୁମତି ଆଣି ସେକ୍ୟୁର୍ ଲାଇଫ ଚିଟଫଣ୍ଡ ନାମକ ଏକ ସଂସ୍ଥା ଗଢ଼ି ଓଡ଼ିଶାର ଗଞ୍ଜାମ, ଭୁବନେଶ୍ୱର ସମେତ ଗୁଜରାଟର ସୁରତ ଅଞ୍ଚଳରେ ବିଭିନ୍ନ ଲୋକଙ୍କ ଠାରୁ ଉଚ୍ଚସୁଧ ଦେବା ଆଶା ଦେଖାଇ କୋଟି କୋଟି ଟଙ୍କା ଲୁଟି ନେଇଥିଲେ । ପରେ ସଂସ୍ଥା ବନ୍ଦ ହୋଇଯିବା ଫଳରେ ଜମାକାରୀ ଟଙ୍କା ନ ପାଇ ପୋଲିସର ଦ୍ୱାରସ୍ଥ ହୋଇଥିଲେ ।ଏନେଇ ବବୃ୍ବାହନ ନାମରେ ଡିଆର୍ କେଶ୍ ନମ୍ବର୍ 2024/13 ରେ ଏକ ମାମଲା ରୁଜୁ ହୋଇଥିଲା I ଏଥି ପୁର୍ବରୁ ବହୁଥର ୱାରଣ୍ଟ ବଳରେ ଗୁଜରାଟ ପୋଲିସ ଗଞ୍ଜାମ ଜିଲ୍ଲା ଆସି ମଧ୍ୟ ବବୃର ପତ୍ତା ପାଇନଥିଲା । ବବୃ କାଳିଆଗୁଡା ଗ୍ରାମର ଭଗବାନ ରାଉତଙ୍କ ପୁଅ ସୁର୍ଯ୍ୟ ରାଉତ ଘରେ ରହି ତାଙ୍କ ସହିତ ଜମିବାଡ଼ି ବ୍ୟବସାୟ କରୁଥିବା ପୋଲିସ ଖବର ପାଇଥିଲା । ରବିବାର ଦିନ ୧୧ଟା ସମୟରେ ଉଭୟ ଗାଙ୍ଗପୁର ପୋଲିସ ଓ ଗୁଜରାଟ ପୋଲିସ ମିଳିତ ଭାବେ ଚଢ଼ାଉ କରି ବବୃକୁ 420 ଆଇପିସି ଏବଂ 556 ଆଇପିସିରେ ମନି ଲଣ୍ଡରିଂ ଏବଂ ଚିଟଫଣ୍ଡ ସ୍କାମ ଅଭିଯୋଗରେ ଗିରଫ କରିଥିଲେ । ଆଜି ବବୃକୁ ଭଞ୍ଜନଗର ଏସଡିଜେଏମ କୋର୍ଟକୁ ଚାଲାଣ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ପ୍ରକାଶ କରିଛନ୍ତି I ବବୃ ନାମରେ ଗାଙ୍ଗପୁର, ଭଞ୍ଜନଗର, ଭୁବନେଶ୍ୱର ଏବଂ ଗୁଜୁରାଟର ସୁରତ୍ ଥାନାରେ ଏକାଧିକ ମାମଲା ରହିଥିବା ଜଣା ପଡ଼ିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ