ନଭେମ୍ବର ୧୦ରୁ ଚାନ୍ଦିପୁର ସୁବର୍ଣ୍ଣ ବେଳାଭୂମି ମହୋତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା) :-ଦୀର୍ଘ ଦୁଇବର୍ଷର କରୋନା କଟକଣା ହଟିବା ପରେ ଆସନ୍ତା ନଭେମ୍ବର ମାସ ଦ୍ୱିତୀୟ ସପ୍ତାହରେ ୨୩ ତମ ଚାନ୍ଦିପୁର ସୁବର୍ଣ୍ଣ ବେଳାଭୂମି ମହୋତ୍ସବ ଆୟୋଜନ ପାଇଁ ମହୋତ୍ସବ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ମହୋତ୍ସବ କମିଟି ସଭାପତି ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ସୂଚନା ଦେଇଛନ୍ତି । ଯଦି ସ୍ଥିତି ଅନୁକୂଳ ରହିବ ତାହାଲେ ଆସନ୍ତା ନଭେମ୍ବର ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ୪ ଦିନିଆ ବେଳାଭୂମି ମହୋତ୍ସବ ନିଶ୍ଚିତ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି । ସଫଳ ମହୋତ୍ସବ ପାଇଁ କମିଟି ପକ୍ଷରୁ ସବୁ ବର୍ଗଙ୍କ ସହଯୋଗ କାମନା କରାଯାଇଛି । ଏହି ଅବସରରେ କମିଟି ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ସଭାପତି ଶ୍ରୀ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମହୋତ୍ସବ କମିଟିର ଆଜୀବନ ସଦସ୍ୟା ନବ ନିର୍ବାଚିତ ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପ-ସଭାପତି ବିପ୍ଳବ କୁମାର ମହାନ୍ତି, ସାଧାରଣ ସମ୍ପାଦକ ହରେକୃଷ୍ଣ ଦାଶ, ଅତିରିକ୍ତ ସାଧାରଣ ସମ୍ପାଦକ ଭାବଗ୍ରାହୀ ମହାନ୍ତି, କୋଷାଧ୍ୟକ୍ଷ ମାଧବାନନ୍ଦ ମିଶ୍ର, ସମ୍ପାଦକ କିଶୋର ଚନ୍ଦ୍ର ଦାସ, ସମରେନ୍ଦ୍ର ଦାସ, ଭାଗବତ ସାହୁ ଓ ଡ.ଶ୍ରୀମାନ ଶ୍ରୀଚନ୍ଦନ, ମିଡିଆ ଇନଚାର୍ଜ ଗଙ୍ଗାଧର ରାଉତ, ଅମୃତାଂଶୁ ପଟ୍ଟନାୟକ, ଡ.ପୁଣ୍ୟବ୍ରତ ମହାନ୍ତି, ରାଜେନ୍ଦ୍ର ପଟ୍ଟନାୟକ, ସୁକୁମାର ରଣା, ଆରତୀ ଦାସ, ଉପେନ୍ଦ୍ର ବେହେରା, କେ କେ ମହାରାଜ, ସଂଧ୍ୟାରାଣୀ ଭୂୟାଁ, ସତ୍ୟପ୍ରିୟ ମହାନ୍ତି, ପ୍ରମୁଖଙ୍କ ସମେତ କମିଟିର ବହୁ କର୍ମକର୍ତ୍ତା ଶ୍ରୀମତୀ ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ପୌରାଧ୍ୟକ୍ଷା ଭାବେ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ସମ୍ବର୍ଦ୍ଧିତ ଅବସରରେ ଶ୍ରୀମତୀ ସାହୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଚାନ୍ଦିପୁର ସୁବର୍ଣ୍ଣ ବେଳାଭୂମି ମହୋତ୍ସବ କମିଟିର ସଫଳତା କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ