ପୃଥକ୍ ଦୁର୍ଘଟଣା ଜଣେ ମୃତ ତିନି ଗୁରୁତର ଜଣେ ଆହତ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧିନସ୍ତ ରେ ଗୋଟିଏ ଦିନ ରେ ଦୁଇଟି ଦୁର୍ଘଟଣା ଘଟିଛି I ମଙ୍ଗବାର ଦିନ ବିଳମ୍ବିତ ରାତିରେ ଟାଙ୍କିଲିପଦର ଠାରେ ଏକ ବାଇକ୍ ଦୁର୍ଘଟଣା ଗସ୍ତ ହୋଇଛି ଫଳରେ ରାସ୍ତାରେ ଅଚେତ୍ ଅବସ୍ଥାରେ ପଡ଼ିଥିବା କୁମୁଦ ବଡମଣ୍ଡି (୪୦) କୁ ଅମ୍ୱଲେନ୍ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲ ରେ ଭର୍ତ୍ତି ହୋଇଥିଲେ ଚେତା ଫେରିପାଇଲା ପରେ ପଛରେ ଆଉଜଣେ ବସିଥିବା ସୂଚନା ଦେବା ପରେ ପୁଣି ଆମ୍ବୁଲାନ୍ସ ଜରିଆରେ ଅନ୍ୟ ବ୍ୟକ୍ତି ଅନିଲ ମାଝୀ ଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତ୍ତି ହୋଇଥିଲେ I ଦୁଇଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିାଲକୁ ସ୍ଥାନାନ୍ତର କରାଯାଇଥିଲା ସେଠାରେ ଚିକିତ୍ସାଧିନ୍ ଅବସ୍ଥା ରେ ଅନିଲ ମାଝୀ ୨୫ର ମୃତ ଘଟିଛି I ସେଇପରି ଡାହାଣୀ ନାଳ ନିକଟରେ ବୁଧୁବାର ଦିନ ଅପରାହ୍ନ ରେ ଦୁଇ ବାଇକ୍ ଧକ୍କା ରେ ଜଣେ ଆହତ ଥିବା ବେଳେ ଦୁଇ ଗୁରୁତର ଥିଲେ I ସେମାନଙ୍କୁ ପ୍ରଥମେ ଚନ୍ଦ୍ରଗିରି ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି I ଗୁରୁତର ଦୁଇ ହେଲେ କିଡ଼ାଶୀଙ୍ଗି ଗ୍ରାମ ର ସୁବାଷ ନାୟକ ୪୦ ଅନ୍ୟ ଜଣେ ହେଲେ ଅନ୍ତ୍ରବା ଗ୍ରାମ ର ରାଜୁ ପାଇକ ୧୮ ଏ ନେଇ ଖବର ପ୍ରସାରଣର ହେବା ପର୍ଯ୍ୟନ୍ତ କୌଣସି ଥାନା ରେ ଅଭିଯୋଗ ହୋଇନଥିବା ଫାଣ୍ଡି ଅଧିକାରୀ କହିଛନ୍ତି I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ